ଏପ୍ରିଲ ୨୨ରୁ ୨୪ ସକାଳ ୬.୩୦ରୁ ୧୦.୩୦ ପାଠପଢା,ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର;୨୧/୦୪(ବ୍ୟୁରୋ ) : ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ହିଟୱେଭ ନେଇ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ନେଇ ବିଭାଗ ପୂର୍ବାନୁମାନ କରିଛି ।ଏହାରି ଭିତରେ ବିଦ୍ୟାଳୟ ଛୁଟି କୁ ନେଇ ଆସିଛି ବଡ ଖବର। ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ  ଓଡ଼ିଶା ପକ୍ଷରୁ ଟୁଇଟର (x )ଯୋଗେ ମିଳିଛି ସୂଚନା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close