ରାଜନୈତିକ ସମସ୍ୟାକୁ ବ୍ୟାସନଗରରେ ପ୍ରସ୍ତୁତି ବୈଠକ

ବ୍ୟାସନଗର,୩୦/୦୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବ୍ୟାସନଗର ସହରର କୋପଣ୍ଡ ଗ୍ରାମର ପ୍ରସନ୍ନ ସାମଲଙ୍କ ବାସ ଭବନରେ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ୱାର୍ଡ଼ରୁ ତାଙ୍କର ସମର୍ଥକଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୪ ନମ୍ବର ୱାର୍ଡ଼ରୁ ଅଧିକ ସଂଖ୍ୟକ କାର୍ଯ୍ୟକର୍ତା ଯୋଗଦେଇଥିବା ବେଳେ ଅନ୍ୟାନ୍ୟ ୱାର୍ଡ଼କୁ ମିଶାଇ ୧୦୦ରୁ ଅଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ କାର୍ଯ୍ୟକର୍ତା ନିଜନିଜର ମତ ରଖିଥିଲେ । ସର୍ବଶେଷରେ ଏହି ସିନ୍ଧାନ୍ତ ହେଲା ଯେ, ପ୍ରସନ୍ନ ସାମଲ(ବାବୁଲି ଭାଇ) ଯାହାକୁ ସମର୍ଥନ କରିବେ ସମସ୍ତ କାର୍ଯ୍ୟକର୍ତା ତାଙ୍କୁ ହିଁ ସମର୍ଥନ କରିବେ । ଦେଖିବାକୁ ରହିଲା କେଉଁ ପାଣି କୁଆଡ଼େ ଯାଉଛି । ଏହି କାର୍ଯ୍ୟକ୍ରମକୁ ବସନ୍ତ କୁମାର ପାତ୍ର, ରବି ସୁବୁଦ୍ଧି, ଅଭିନ ପାତ୍ର, କାଠିଆ ମହାରଣା, ଗୋଲେଖ ଜେନା, ଅଜୟ ରାଉତ, ପବନା ପରିଡ଼ା, ବାବୁଲି ଜେନା, ଦାରୁନ୍ ପାତ୍ର, ନୃସିଂହ ପାତ୍ର, ସନ୍ତୋଷ, ମିଲୁ, ଆକାଶ, ଗୋପୀ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close