ଯାଜପୁର ଠାରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ୧୭୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଓ ଆଇନଜିବୀ ଦିବସ୨୦୨୪ ପାଳିତ

 

ଯାଜପୁର,୨୯/୦୪(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟ ଆଇନଜବୀ ପରିଷଦ ଓ ଜିଲ୍ଲା ଆଇନଜୀବୀ ସଂଘ, ଯାଜପୁର ମିଳିତ ଆନୁକୂଲ୍ୟରେ ଗତକାଲି ପୂର୍ବାହ୍ନ ୯ ଘଟିକା ସମୟରେ ରାଜ୍ୟ ଆଇନଜୀବୀ ପରିଷଦ ସଭାପତି ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ ସମାରୋହ ଓ ଆଇନଜୀବୀ ଦିବସ-୨୦୨୪ ଯାଜପୁର ଟାଉନସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଅଚ୍ଥି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଯୋଗଦେଇ ଆଇନଜୀବୀମାନଙ୍କ ସାମାଜିକ ପରିବର୍ତନରେ ଅତୁଳନୀୟ ଭୂମିକା ରହିଚ୍ଥି ବୋଲି ପ୍ରକାଶ କରିଥିଲେ । ସ୍ୱର୍ଗତ ମୁଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ସେ କହିଲେ ଯେ, ମଧୁବାବୁ ହେଉଚ୍ଥନ୍ତି ରାଜ୍ୟର ପ୍ରଥମ ସ୍ନାତକ ଓ ସ୍ନାତକତୋର ଆଇନ ଡିଗ୍ରୀଧାରୀ ମହାପୁରୁଷ ଅଟନ୍ତି । ସ୍ୱତନ୍ତ୍ର ଓଡିଶା ଗଠନରେ ତାଙ୍କର ତ୍ୟାଗ ଓ କର୍ତବ୍ୟ ଏବଂ ମହିଳା ମାନଙ୍କୁ ଆଇନ ପେଶାରେ ସଂପୃକ୍ତି ନିମନ୍ତେ ତାଙ୍କର ବଳିଷ୍ଠ ପଦକ୍ଷେପ ସବୁଦିନ ପାଇଁ ମଧୁବାବୁଙ୍କୁ ଚିରସ୍ମରଣୀୟ କରି ରଖିବ । ଏହି ଅବସରରେ ମାନ୍ୟବର ନ୍ୟାୟମୂର୍ତି ପଟ୍ଟନାୟକ ଆଇନଜୀବୀ ମାନେ ଗ୍ରାମାଂଚଳରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାରେ ଜାଗ୍ରତ ହେବାପାଇଁ ଆହ୍ୱାନ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶିବ ଶଙ୍କର ମିଶ୍ର ଯୋଗଦେଇ କହିଲେ ଯେ, ସ୍ୱର୍ଗତ ମଧୁସୂଦନ ଦାସ ହେଊଚ୍ଥନ୍ତି ଓଡିଶାର ପ୍ରଥମ ଓଡିଆ ଆଇନଜୀବୀ । ୧୯୨୨ ମସିହାରେ ମଧୁବାବୁ ମହିଳା ମାନଙ୍କୁ ଆଇନ ପେଶାରେ ସଂଶ୍ଳିଷ୍ଟ କରାଇଥିଲେ । ଓଡିଶାର ପ୍ରଥମ ଆଇନ ମହାବିଦ୍ୟାଳୟ ମଧୁସୂଦନ ଲ’ କଲେଜ ତାଙ୍କର ଅବଦାନ । ଆନ୍ତର୍ଜାତୀୟ କ୍ଷେତ୍ରରେ ସେ ମଧ୍ୟ ପ୍ରଥମ ଉତ୍କଳ ସମ୍ମିଳନୀର ଆୟୋଜନ କରିଥିଲେ । ସମାଜର ଉନ୍ନତିରେ ଆଇନଜୀବୀଙ୍କ ଭୂମିକା ଗୁରୁତ୍ୱପୂଣ୍ଣ, ଯାହା ମଧୁବାବୁଙ୍କ ଜୀବନାଦର୍ଶରୁ ପ୍ରମାଣ ମିଳିଥାଏ । ଏଣୁ ଆଇନଜୀବୀ ମାନେ ଆଇନ ସେବା ପ୍ରଦାନ କରିବାରେ ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଦେଇ ଅହରହ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଯୋଗଦେଇ “ଆଲୋ ସଖୀ, ଆପଣା ମହତ ଆପେ ରଖି” ଉକ୍ତିରେ ମଧୁବାବୁଙ୍କ ଜୀବନାଦର୍ଶକୁ ସମତୁଲ୍ୟ କରି ମଧୁବାରିଷ୍ଟର, ମଧୁସୂଦନ ଦାସ, ଉତ୍କଳ ସମ୍ମିଳନୀର ପୁରୋଧା, ଉତ୍କଳ ଟ୍ୟାନେରୀର ପ୍ରତିଷ୍ଠାତା ଆଦି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନକୁ ଭାରତ ଗୈାରବ ସମ୍ମାନରେ ସମ୍ମାନିତ କଲେ କିଚ୍ଥି କମ୍ ହେବନାହି ଁ ବୋଲି ସେ ମତ ପ୍ରକାଶ କରିଥିଲେ । ରାଜ୍ୟ ଆଇନଜୀବୀ ପରିଷଦ ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି କହିଲେ ଯେ, ଓକିଲମାନଙ୍କ ସାମାଜିକ ଦାୟିତ୍ୱବୋଧ ମଧୁବାବୁଙ୍କ ସ୍ପନ୍ଦନ ଅଟେ । ମହିଳାମାନଙ୍କୁ ଆଇନ ପେଶାରେ ପ୍ରବେଶ ମଧୁବାବୁଙ୍କ ଅବଦାନ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଭାଷାଭିତିକ ରାଜ୍ୟ ମଧୁବାବୁଙ୍କ ଅବଦାନ ବୋଲି ସେ ବକ୍ତବ୍ୟ ରଖିଥିଲେ । ସେହିପରି ଯାଜପୁର ବାର୍ କାଉନ୍‌ସିଲର ବରିଷ୍ଠ ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ କହିଲେ କୁଳବୁଦ୍ଧ ମଧୁ ସୂଦନ ମୁକୁଟ ବିହିନ ସମ୍ରାଟ ଥିଲେ । ମା’ ଠାରୁ ମାଟିକୁ ଭଲ ପାଉଥିବା ସେ ଜଣେ ଅଦି୍ୱତୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ସଭାପତି ଭାଷଣରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ କହିଲେ ଯେ, ଉତ୍କଳ ଦୀପିକା, ଷ୍ଟାର ଅପଂ୍ ଉତ୍କଳ ମଧୁବାବୁଙ୍କ ଅବଦାନ ଅଟେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଅଦ୍ୱିତୀୟ ହୋଇଥିବା ବେଳେ ମଧୁବାବୁ ପ୍ରଥମ ଭାରତୀୟ ଖ୍ରୀଷ୍ଟିୟାନ ସମ୍ମିଳନୀର ସଭାପତି ହୋଇ ଭାଇଚାରାର ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ଅମ୍ଳାନ ପ୍ରତିଭା ଥିଲେ ବୋଲି ସେ ନିଜ ଅଭିଭାଷଣରେ ଉଲେ୍‌୍ଳଖ କରିଥିଲେ । ପ୍ରାରମ୍ଭରେ ମାନ୍ୟବର ମୁଖ୍ୟ ଅତିଥି, ମାନ୍ୟବର ମୁଖ୍ୟ ବକ୍ତା ଏବଂ ଅତିଥି ବୃନ୍ଦ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ଉତ୍କଳ ଗୈାରବ ମଧୁସୂଦନ ଦାସ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରାଜ୍ୟ ଜାତୀୟ ଆଂଚଳିକ ସଂଗୀତ “ବନ୍ଦେ ଊତ୍କଳ ଜନନୀ” ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମାନ୍ୟବର ମୁଖ୍ୟ ଅତିଥି, ମାନ୍ୟବର ମୁଖ୍ୟବକ୍ତା ଏବଂ ଅତିଥି ବୃନ୍ଦ ମାନଙ୍କୁ ଉପଢୈାକନ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ସୈାର ଚନ୍ଦ୍ର ମହାପାତ୍ର, ଆଇନଜୀବୀ ଜ୍ଞାନ ରଂଜନ ମହାନ୍ତି ଓ ନିରାକାର ଜେନାଙ୍କୁ “ମଧୁ ଜ୍ୟୋତି” ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଆଇନଜୀବୀ ଦିଲିପ କୁମାର ଦାସଙ୍କୁ “ମଧୁ ସ୍ମୃତ”ି ସମ୍ମାନ ଏବଂ ସର୍ବଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀ, ଦିନେଶ ଚନ୍ଦ୍ର ରାୟ, ଅକ୍ଷୟ କୁମାର ପତି, ଆତ୍ମା ପ୍ରକାଶ ମହାନ୍ତି, ମିଲନ କୁମାର କାନୁନ୍‌ଗୋ ଏବଂ ପ୍ରତାପ କୁମାର ରାୟଙ୍କୁ ସଭ୍ୟ ସମ୍ମାନ ଓ ଆଇନଜୀବା ପେଶାରେ ନିରନ୍ତର ୫୦ ବର୍ଷ ସେବା ପ୍ରଦାନ କରିଥିବା ବରିଷ୍ଠ ଆଇନଜୀବୀ ସର୍ବଶ୍ରୀ ଦ୍ୱାରିକା ନାଥ ମହାନ୍ତି, ଗୋପାଳ ଚନ୍ଦ୍ର ଦାସ, ପ୍ରମୋଦ ଚନ୍ଦ୍ର ମହାନ୍ତି, ପ୍ରହଲ୍ଳାଦ ସାହୁ, ଶତୀଶ ଚନ୍ଦ୍ର ଦାସ, ସୁଦର୍ଶନ ସାହୁ, ଉଦୟ ନାଥ ଶତପଥୀ ଓ ଉମାକାନ୍ତ ଦାସଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ସଭାପତି, ଜିଲ୍ଳା ଓକିଲ ସଂଘ, ଯାଜପୁର ପ୍ରବୀର କୁମାର ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ, ଜିଲ୍ଲା ଓକିଲ ସଂଘ, ଯାଜପୁର ଶ୍ରୀ ଅନନ୍ତ ବାସୁଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ/ସଦସ୍ୟା, ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close