ଧର୍ମଶାଳାର ଶଙ୍ଖ ଗଡ଼ କୃଷ୍ଣପଡ଼ାରେ ହିମାଂଶୁଙ୍କ ରଣ ହୁଙ୍କାର

ଯୋକଡିଆ,୨୭/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରାଜନୀତିରେ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଧର୍ମଶାଳା ବିଜେପିର ଯୁବ ନେତା ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ଦଳ ଏପର୍ଯ୍ୟନ୍ତ ଟିକେଟ ଦେଇ ନ ଥିବା ବେଳେ ତାଙ୍କ ପ୍ରତି ଜନ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ନଠୁଆବର ପଂଚାୟତର କୃଷ୍ଣପଡ଼ା ଠାରେ ଥିବା ‘କଳ୍ପତରୁ ଦାସ ମିନି ଷ୍ଟାଡିୟମ’ରେ ଗତକାଲି ଆୟୋଜିତ ବିରାଟ ଜନ ଆଶିର୍ବାଦ ସଭାରେ ଯୋଗ ଦେଇ ଲିକୁ ଧର୍ମଶାଳାରେ ପରିବାରବାଦ ରାଜନୀତିକୁ ଘୋର ବିରୋଧ କରିବା ସହିତ ଏଠାରେ ଦୀର୍ଘ ବର୍ଷ ହେବ ଚାଲିଆସିଥିବା ବାଲି, ଖଣି ଏବଂ ଚାଷୀମାରଣ ନୀତିର ଦୃଢ଼ ବିରୋଧ କରିଥିଲେ । ଏପରିକି ବାପାଙ୍କ ଅନ୍ତେ ପୁଅଙ୍କ ମନମାନି ରାଜନୀତିକୁ ଧର୍ମଶାଳାରୁ ବିଲୋପ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏପରିକି ଯଦି ବିଜେପି ଦଳ ତାଙ୍କୁ ଟିକେଟ ନଦିଏ ତେବେ ସେ ଶେଷ ମୂହୂର୍ତରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରି ତାଙ୍କ ବାଟକୁ ଯିଏ ଯେତେ ପ୍ରତିରୋଧ କଲେ ବି ଜନତାଙ୍କ ଆଶ୍ରିବାଦରେ ସେ ବିକଳ୍ପ ରାସ୍ତା ଜରିଆରେ ଜନସାଧାରଣଙ୍କ ହକ୍ ପାଇଁ ଲଢ଼େଇ କରିବେ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୩୪ନଂ, ୩୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ହଜାର ହଜାର ହିମାଂଶୁଙ୍କ ସମର୍ଥକ ଯୋଗ ଦେଇ ସଭାସ୍ଥଳରେ ବିପୁଳ ସଂଖ୍ୟାରେ ଟର୍ଚ୍ଚ ଲାଇଟ ମାଧ୍ୟମରେ ସେମାନଙ୍କ ସମର୍ଥନ ଜଣାଇଥିଲେ । ଏହି ସଭାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ୧୦ ହଜାର ପାଖାପାଖି ମହିଳା, ପୁରୁଷ ଯୋଗ ଦେଇଥିବା ବେଳେ ନିର୍ବାଚନ ମଣ୍ଡଳୀର ଏହି ପଂଚାୟତ ବିଜେଡ଼ିର ଅଭ୍ୟେଦ ଦୁର୍ଗ ଭାବରେ ପରିଚିତ ହୋଇଆସୁଛି । ତେବେ ଏଠାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସ୍ୱର୍ଗତ ବିଧାୟକ ପିତା କଳ୍ପତରୁ ଦାସଙ୍କ ନାମରେ ହୋଇଥିବା ଏହି ମିନି ଷ୍ଟାଡିୟମରେ ବିଜେପିର ଯୁବ ନେତା ଲିକୁଙ୍କ ବିଶାଳ ଜନ ସମାବେଶ ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ଲିକୁଙ୍କ ସମର୍ଥନ ନିର୍ବାଚନ ମଣ୍ଡଳୀର ପ୍ରତି ଗାଁରେ ଭଲ ରହିଥିବାରୁ ସେ ସ୍ୱାଧିନ ପ୍ରାର୍ଥୀ ହେଲେ ୰ କାଙ୍ଗାଳୀ ଚରଣ ପଣ୍ଡାଙ୍କ ଭଳି ସ୍ୱାଧିନ ପ୍ରାର୍ଥୀଙ୍କ ବିଜୟର ଅବତାରଣା ଯେ ଏଠାରେ ପୁର୍ନବାର ନ ହେବ ଏବେ ଠୁ କହିହେଉ ନାହିଁ !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close