ବିଜେଡି ଛାଡି ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ)୦୧/୦୫: ଆଜି ଦିନ ୧୦ ଘଟିକା ସମୟରେ ଭାରତୀୟ ଜନତା ପାର୍ଟିର କୋରାଇ ବିଧାନସଭା ପ୍ରାର୍ଥୀ ଆକାଶ ଦାସନାୟକଙ୍କ ବ୍ୟାସନଗର ବିଜେପି କାର୍ଯ୍ୟାଳୟରେ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜେପିରେ ଯୋଗଦେଇଛନ୍ତି । କୋରାଇ ନିର୍ବାଚନ ମଣ୍ଡଳୀ କୋରାଇ ବ୍ଲକ୍‍ ଅନ୍ତର୍ଗତ ଧନେଶ୍ୱର ଗ୍ରାମପଞ୍ଚାୟତର ବେଗନା ଗ୍ରାମର ରଞ୍ଜନ କୁମାର ସାହୁ, କୈଳାସ ଭାରତୀ, ଦିପକ ସ୍ୱାଇଁ, ପ୍ରସନ୍ନ ଦାସ, ପ୍ରଦିପ ଦାସ, ପରେଶ ରାଉତ, ସୁରେନ୍ଦ୍ର ସେଠୀ, ଦିପକ ଦାସ, ଅଭିଶେକ ସ୍ୱାଇଁ, ସଞ୍ଜୟ ଦାସ, ଚିନ୍ମୟ ମଲ୍ଲିକ ପ୍ରମୁଖ ଶ୍ରୀ ଦାସନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବିଜେପି ଦଳ ଯେଉଁ ଗୁରୁଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ଶପଥ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଆକାଶ ଦାସନାୟକଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close