ଆସନ୍ତା ସୋମବାର ନରସିଂହପୁର ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଶୁଣାଣି

କଟକ,(ସଙ୍ଗୀତା ମହାପାତ୍ରଙ୍କ ଠାରୁ)୦୬.୦୬ – ଜୁନ୍ ୮ ତାରିଖ ସୋମବାର ନରସିଂହପୁର ବ୍ଲକ୍ କାର‌୍ୟ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୭ଘଟିକା ସମୟରେ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଘଟିକା ପର‌୍ୟ୍ୟନ୍ତ ଚାଲିବ । ଅଭିଯୋଗକାରୀମାନେ ଏହି ସମୟରେ ଉପସ୍ଥିତ ରହି ନିଜ ଅଭିଯୋଗଗୁଡିକ ପଞ୍ଜିକରଣ କରି ପାଳି ଆସିବା ପର‌୍ୟ୍ୟନ୍ତ ଅପେକ୍ଷା କରିବା ସହ ଶୃଙ୍ଖଳିତ ଭାବେ ଅଭିଯୋଗ ଶୁଣାଣିରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଶିବିରରେ ଜିଲ୍ଳାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ । ଏଥିସହ ଜିଲ୍ଲାର ବିଭିନ୍ନ ପଂଚାୟତ ସ୍ତରରେ ହେଉଥିବା ଜନ ଅଭିଯୋଗ ଶୁଣାଣିଗୁଡିକ ମଧ୍ୟ ସକାଳ ୭ଘଟିକାଠାରୁ ୧୦ ଘଟିକା ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close