ବ୍ରିଟିଶ ସମୟର ରେନ୍ ଗଜ୍‌ର ହେବ ସଂରକ୍ଷଣ

କଟକ,(ସଙ୍ଗୀତା ମହାପାତ୍ରଙ୍କ ଠାରୁ)୦୩.୦୬– କଟକ ଜିଲ୍ଲାରେ ବ୍ରିଟିଶ ଶାସନ ସମୟରୁ ବ୍ୟବହୃତ ହୋଇଆସୁଥିବା ଏକ ବିରଳ ଓ ଐତିହାସିକ ରେନ୍ ଗଜ୍ (ବର୍ଷା ମାପିବା ଯନ୍ତ୍ର)ର ସଂରକ୍ଷଣ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଯାଉଛି। ପ୍ରାୟ ୧୪୦ ବର୍ଷରୁ ଅଧିକ ପୁରୁଣା ଏହି ଯନ୍ତ୍ରଟି କେବଳ ଏକ ବୈଜ୍ଞାନିକ ଉପକରଣ ନୁହେଁ, ବରଂ ଓଡ଼ିଶାର ପାଣିପାଗ ଇତିହାସ ଓ ବ୍ରିଟିଶ ଯୁଗର ପ୍ରଶାସନିକ ବ୍ୟବସ୍ଥାର ଏକ ନିରବ ସାକ୍ଷୀ ଭାବେ ପରିଗଣିତ ହେଉଛି । ବର୍ତ୍ତମାନ ଏହି ରେନ୍ ଗଜ୍‌ଟି କଟକ ଜିଲ୍ଲାପାଳଙ୍କ ଆବାସିକ କାର‌୍ୟ୍ୟାଳୟ ପରିସରରେ ରହିଛି। ତେବେ ପୂର୍ବରୁ ଏହାକୁ ମଙ୍ଗଳାବାଗ ଅଞ୍ଚଳରେ ଥିବା ଟେଲିଗ୍ରାମ ଅଫିସ ପରିସରରେ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ସ୍ଥାନାନ୍ତର କରାଯାଇ ଜିଲ୍ଲାପାଳଙ୍କ ଆବାସିକ କାର‌୍ୟ୍ୟାଳୟରେ ରଖାଯାଇଥିଲା । ଗତକାଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କଟକ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରରେ ଥିବା ଏହି ପୁରାତନ ଯନ୍ତ୍ରକୁ ପରିଦର୍ଶନ କରିଥିଲେ। ଯନ୍ତ୍ରଟିର ନିର୍ମାଣ ଶୈଳୀ, ଗଠନ ଓ ତଥ୍ୟ ଆଧାରରେ ଏହା ବ୍ରିଟିଶ ଅମଳର ବୋଲି ସେ ସୂଚନା ଦେଇଥିଲେ। ତାଙ୍କ ମତାନୁସାରେ, ଏହି ରେନ୍ ଗଜ୍ ଓଡ଼ିଶାର ପାଣିପାଗ ଅଧ୍ୟୟନ ଇତିହାସରେ ଏକ ମୂଲ୍ୟବାନ ସମ୍ପଦ ଭାବେ ଗଣ୍ୟ ହୋଇପାରେ । ସୂଚନା ଅନୁଯାୟୀ, ବ୍ରିଟିଶ ଶାସନ କାଳରେ ବନ୍ୟା, ଘୂର୍ଣ୍ଣିଝଡ଼ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ବର୍ଷାର ପରିମାଣ ରେକର୍ଡ କରିବା ଏବଂ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏପରି ରେନ୍ ଗଜ୍ ସ୍ଥାପନ କରାଯାଉଥିଲା। ମହାନଦୀ ଅବବାହିକାରେ ଅବସ୍ଥିତ କଟକ ବନ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ବର୍ଷାର ସଠିକ ତଥ୍ୟ ସଂଗ୍ରହ ତତ୍କାଳୀନ ପ୍ରଶାସନ ପାଇଁ ଅତ୍ୟନ୍ତ ଜରୁରୀ ଥିଲା। ଏହି ରେନ୍ ଗଜ୍ ସେହି ଐତିହାସିକ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି ଯେ, ଏହି ଐତିହାସିକ ଯନ୍ତ୍ରର ଗୁରୁତ୍ୱକୁ ବିଚାର କରି ଏହାର ଉଚିତ ସଂରକ୍ଷଣ ଓ ପ୍ରଦର୍ଶନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ସାଧାରଣ ଲୋକ ଓ ଗବେଷକମାନେ ଯେପରି ଏହାକୁ ଦେଖିପାରିବେ ଏବଂ ଏହାର ଐତିହାସିକ ମହତ୍ତ୍ୱ ବିଷୟରେ ଜାଣିପାରିବେ, ସେଥିପାଇଁ ଏହାକୁ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ କିମ୍ବା ଜିଲ୍ଲାପାଳଙ୍କ ନୂତନ କାର‌୍ୟ୍ୟାଳୟ ପରିସରରେ ସ୍ଥାପନ କରିବା ନେଇ ବିଚାର କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close