କୋରେଇରୁ ବିଜେଡି ପ୍ରାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ନାମାଙ୍କନପତ୍ର ଦାଖଲ

ପାଣିକୋଇଲି, ୦୯ା୦୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ କୋରେଇ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ସାଲିସବିହୀନ ଜନନେତା, ପୂର୍ବତନ ଜନତା ଦଳ ରାଜ୍ୟ ସଭାପତି ଏବଂ ବିରୋଧିଦଳ ନେତା, କୋରେଇ ବିଧାୟକ ୰ ଅଶୋକ ଦାସଙ୍କ ସହଧର୍ମିଣୀ ଏବଂ ରାଜ୍ୟ ରାଜନୀତିର ପ୍ରଭାବଶୀଳ ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ (ସଞ୍ଜୁ ଦେବୀ) ଆଜି ପୂର୍ବାହ୍ନରେ ବିଜେଡି ପ୍ରାର୍ଥୀନି ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଥମେ ପାଣିକୋଇଲିସ୍ଥିତ ମାଆ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ବହୁ ନେତା ଓ କର୍ମୀଙ୍କ ଗହଣରେ ଏକ ବିରାଟ ପଟୁଆରରେ ଜିଲ୍ଲା ସଦରମହକୁମା ଯାଜପୁର ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବହୁ ଶୁଭେଚ୍ଛୁ ଆଦି ଉପସ୍ଥିତ ଥିଲେ । ଏହାଛଡ଼ା କୋରେଇ ଆସନରେ ଜାତୀୟ କଂଗ୍ରେସରୁ ବନ୍ଦିତା ପରିଡା, ମନୋଜ କୁମାର ପଣ୍ଡା ଓ ସରୋଜ କର ପ୍ରମୁଖ ନାମାଙ୍କନପତ୍ର ଦାଖଲ କରିଛନ୍ତି ।


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close