ଆଜି ୩ୟ ଦିବସରେ ଯାଜପୁରରେ ୦୮ ଜଣ ପ୍ରାର୍ଥୀ/ପ୍ରାର୍ଥୀନିଙ୍କ ନାମାଙ୍କନପତ୍ର ଦାଖଲ

ଯାଜପୁର, ୦୯ା୦୫: ଏକକାଳୀନ ସାଧାରଣ ନିର୍ବାଚନ ଅବସରରେ ଯାଜପୁର ଜିଲ୍ଳ୍‌ାରେ ନାମାଙ୍କନପତ୍ର ଦାଖଲ କରିବାର ଆଜି ତୃତୀୟ ଦିବସରେ ୦୮ ଜଣ ପ୍ରାର୍ଥୀ/ପ୍ରାର୍ଥୀନି ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଚ୍ଥନ୍ତି । ୪୮-ବିଂଝାରପୁର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରମିଳା ମଲ୍ଳ୍‌ିକ, ରିଟର୍ଣ୍ଣିଂ ଅପିଂସର ତଥା ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଚ୍ଥନ୍ତି । ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କିଶାନ ପଣ୍ଡା, ସିଗ୍‌ମା ଶୁଭଲକ୍ଷ୍ମୀ ଏବଂ ମିନତି ସାହୁ ତାଙ୍କର ନାମାଙ୍କନପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲ୍ଳ୍‌ାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନାଙ୍କ ନିକଟରେ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଚ୍ଥନ୍ତି । ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ମନୋଜ କୁମାର ପଣ୍ଡା, ସଂଧ୍ୟାରାଣୀ ଦାସ, ବନ୍ଦିତା ପରିଡା ଓ ସରୋଜ କର ପ୍ରମୁଖ ସେମାନଙ୍କର ନାମାଙ୍କନପତ୍ର ରିଟର୍ଣ୍ଣିଂ ଅପିଂସର ତଥା ଉପ-ଜିଲ୍ଳ୍‌ାପାଳ, ଯାଜପୁର ଅଂଶୁମାନ ଶତପଥୀଙ୍କ ନିକଟରେ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଚ୍ଥନ୍ତି । ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ୫୦-ବଡଚଣା, ୫୨-ଯାଜପୁର ଓ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ କୈାଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବା ବେଳେ ୦୮-ଯାଜପୁର ସଂରକ୍ଷିତ ଲୋକସଭା ଆସନ ନିମନ୍ତେ କୈାଣସି ପ୍ରାର୍ଥୀ ଜିଲ୍ଳ୍‌ାପାଳ ଓ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି ।
     ପ୍ରକାଶଥାଉକି, ଗତ ୨ ଦିନରେ ୦୮-ଯାଜପୁର ସଂରକ୍ଷିତ ଲୋକସଭା ଆସନ, ୪୮-ବିଂଝାରପୁର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ, ୫୦-ବଡଚଣା, ୫୧-ଧର୍ମଶାଳା ଏବଂ ୫୪- ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୧୪ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close