ସାମ୍ବାଦିକ ଭରତ ରାଉତଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁରରୋଡ଼,(ଉ. ନ୍ୟୁଜ୍ ବ୍ୟୁରୋ) ୦୯/୫: ଯାଜପୁର ଜିଲ୍ଲା ଯାଜପୁରରୋଡ଼ ଥାନା ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଖଣ୍ଡାହତା ଛକରେ ସାମ୍ବାଦିକ ଭରତ ରାଉତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ କୋରେଇ ବ୍ଲକ ନଗୁଆଁ ଗ୍ରାମର ସୁନନ୍ଦ କୁମାର ସାହୁ(୪୨) । ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଫେରାର୍ ଥିବାର ଜଣାଯାଇଛି । ସୂଚନାଅନୁଯାୟୀ ଖଣ୍ଡାହତା ଛକରେ ଏକ ଭଡ଼ାଘରେ ଅନୈତିକ କାର୍ଯ୍ୟ ହେଉଥିବା ଖବର ପାଇ ଖବରଦାତା ଭରତ ଚନ୍ଦ୍ର ରାଉତ ଖବର ସଂଗ୍ରହ ପାଇଁ ଉକ୍ତ ସ୍ଥାନକୁ ଯାଇଥିଲେ । ଏହି ସମୟରେ ଘର ମାଲିକ ସୁନନ୍ଦ ଏବଂ ଅନ୍ୟ ତିନି ଜଣ ମିଶି ଖବରଦାତା ଶ୍ରୀଯୁକ୍ତ ରାଉତ ଏବଂ ତାଙ୍କ ସାନ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ସାମ୍ବାଦିକ ଶ୍ରୀ ରାଉତ ଯାଜପୁରରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ କେସ୍ ନଂ. ୩୦୯/୨୪ରେ ଏକ ମୋକଦମା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ସୁନନ୍ଦଙ୍କୁ ଥାନାରେ ଅଟକ ରଖିଥିଲେ । ପ୍ରମାଣ ପାଇବା ପରେ ସୁନନ୍ଦଙ୍କୁ ବିଭିନ୍ନ ଦଫାରେ ପୋଲିସ ଗିରଫ କରିଥିଲା । ଅନ୍ୟ ତିନିଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପ୍ରକାଶଥାଉକି, ଶ୍ରୀ ରାଉତ “ବ୍ୟାସ ପ୍ରିଂଟ୍ ମିଡିଆ”ର ଜଣେ ବରିଷ୍ଠ କର୍ମକର୍ତା । ତାଙ୍କୁ ଆକ୍ରମଣ ଘଟଣାରେ ସଂଘର ପ୍ରାୟ ସମସ୍ତେ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ଆସାମୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଏହାଛଡ଼ା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ଜିଲ୍ଲା ସମ୍ପାଦକ ପୀତବାସ ଭୂୟାଁ, ଉପସଭାପତି ପବିତ୍ର ମହାନ୍ତି ଓ ପ୍ରଦ୍ୟୁମ୍ନ ବୋଇତାଇ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଦୃଢ଼ ନିନ୍ଦା କରିଛନ୍ତି । କୁହାଯାଉଛି, କୈାଣସି ଆଇନଜୀବୀ ସୁନନ୍ଦଙ୍କ ତରଫରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବାରୁ ସେ ବେଲ ନ ପାଇ ଜେଲରେ ଅଛନ୍ତି । ସରକାରଙ୍କ ତରଫରୁ ଏହି ମାମଲାର ପରିଚାଳନା କରାଯିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close