ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଗୁରୁଚରଣ ସାମଲଙ୍କ ପାଇଁ ପଟୁଣିଆରେ ଶୋକସଭା ଓ ଭଜନ ସଂନ୍ଧ୍ୟା

ଧର୍ମଶାଳା, ୦୭ା୫(ଉ. ନ୍ୟୁଜ୍ ବ୍ୟୁରୋ): କଟକରେ ସ୍ୱାସ୍ଥ୍ୟ ବିଭାଗରେ ସଫଳତାର ସହ ଚାକିରୀ କରି ଅବସର ଗ୍ରହଣ ପରେ ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇଆସୁଥିବା ଗୁରୁଚରଣ ସାମଲଙ୍କର କଟକ ସ୍ଥିତ ତାଙ୍କ ବାସଭବନରେ ଗତ ୨୭/୦୪ ରିଖ ଶନିବାର ପରଲୋକ ଘଟିଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ହେଲେ ନିଜ ଜନ୍ମମାଟି ଯାଜପୁର ଜିଲ୍ଲା ଧର୍ମଶାଳାର ପଟୁଣିଆ ପଂଚାୟତର ପଟୁଣିଆ ଗ୍ରାମରେ ତାଙ୍କର ସବୁ କର୍ମ ରୀତିନୀତି ମତେ ଅନୁଷ୍ଠିତ ହୋଇଥିଲା । ଆଜି ଏକାଦଶାହ କ୍ରିୟା ଉପଲକ୍ଷେ ତାଙ୍କ ଉଦ୍ଦେଶ୍ୟରେ ଗ୍ରାମରେ “ଗୁରୁଚରଣ ସ୍ମତି କମିଟି’ ଆନୁକୂଲ୍ୟରେ ଏକ ଶୋକସଭା ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ପଟୁଣିଆ ସ୍ଥିତ ‘ଉଦୟବଟ ଉଚ୍ଚ ବିଦ୍ୟାଳୟ’ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ଚରଣ ସାମଲ, ୰ ଶ୍ରୀଯୁକ୍ତ ସାମଲଙ୍କ ନାତି ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଓ ଅଧ୍ୟକ୍ଷ ହେମନ୍ତ କୁମାର ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ସାମଲ, ୰ ଶ୍ରୀଯୁକ୍ତ ସାମଲଙ୍କ ଜାମାତା ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ରନାଥ ସାମଲ, ଧର୍ମଶାଳା ପଂଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ବଳ, କିଶୋରଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଉମାକାନ୍ତ ମହାପାତ୍ର, ପଟୁଣିଆର ସମିତି ସଭ୍ୟ ଦିପ୍ତୀରଂଜନ ସାମଲ, ନାରାୟଣ ଗନ୍ତାୟତ, ଅରେଇକଣାର ପୂର୍ବତନ ସମିତି ସଭ୍ୟ ଗର୍ନ୍ଧବ ଚରଣ ସାମଲ, ସଂଗୀତଜ୍ଞ ରମେଶ ଚନ୍ଦ୍ର ରାଉତ, ଶିକ୍ଷୟତ୍ରୀ କୁନି ସାମଲ ପ୍ରମୁଖ ଯୋଗ ଦେଇ ୰ ସାମଲଙ୍କ ବହୁମୁଖି ସେବାପରାୟଣ ଓ ସାହାଯ୍ୟ ମନୋବୃତିର ସ୍ମୃତିଚାରଣ କରିଥିଲେ । ସେ କିପରି ଧର୍ମଶାଳା, ଚଣ୍ଡିଖୋଲ, ବଡ଼ଚଣା ଆଦି ଅଂଚଳର ବିଭିନ୍ନ ଅଭାବୀ ଏବଂ ପରିଚିତ ଲୋକଙ୍କୁ କଟକ ନେଇ ମାଗଣାରେ ଚିକିତ୍ସା କରାଇ ଫେରାଉଥିଲେ ତାହା ଉପରେ ବକ୍ତାମାନେ ବିଭିନ୍ନ ଉଦାହରଣ ଦେଇ କହିଥିଲେ । ସେ ଜଣେ ଦରଦୀ, ପରୋପକାରୀ ଓ ସାହାଯ୍ୟ ପରାୟଣ ବ୍ୟକ୍ତି ଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା କାହ୍ନୁଚରଣ ସାମଲ, ଆଧ୍ୟାତ୍ମିକ ପୁରୁଷ ଭ୍ରମରବର ସାମଲ, ବୈଲୋଚନ ରାଉତ, ପିତାମ୍ବର ସାମଲ, ବଟକୃଷ୍ଣ ରାଉତ, ଶଶଧର ରାଉତ, ଭୀମସେନ ସାମଲ, ଗଣେଶ୍ୱର ବଳ, ସନାତନ ପାତ୍ର, ମହେନ୍ଦ୍ର ସାମଲ, ଦୈତାରୀ ରାଉତ, ସନାତନ ସାମଲ, ସନ୍ତୋଷ ସାମଲ, ରଶ୍ମିରଂଜନ ସାମଲ, ଶରତ ରାଉତ, ବିପିନ ସ୍ୱାଇଁ, ପଙ୍କଜ ସାମଲ, ରମେଶ ଚନ୍ଦ୍ର ସାମଲ, ଦେବେନ୍ଦ୍ର ମହାପାତ୍ର, ମନୋଜ ଦାସ, ରମେଶ ସାହୁ, ତାଙ୍କ ବଡ଼ ଭାଇ ଇନ୍ଦ୍ରମଣି ସାମଲ, କୁଳମଣି ସାମଲ, ରତିକାନ୍ତ ସାମଲ ଆଦିଙ୍କ ସହ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ୰ ସାମଲଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପଟୁଣିଆ ପଂଚାୟତର ପଟୁଣିଆ ଗ୍ରାମରେ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଅରେଇକଣାରେ ସେ ଏକ ସେବା ଅନୁଷ୍ଠାନ ଖୋଲିବା ପାଇଁ ପ୍ରୟାସ ଚଳାଇଥିଲେ । ତାଙ୍କ ବିୟୋଗରେ ଦ୍ୱୀପାଂଚଳ ଜଣେ ଭଲ ସମାଜସେବୀଙ୍କୁ ହରାଇଲା ବୋଲି ମତପ୍ରକାଶ ପାଇଥିଲା । ପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୦୩ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ତାଙ୍କର ବଡ଼ପୁଅ ଗୋପିନାଥ ଓ ସାନପୁଅ ଦୀପୁଙ୍କ ସହ ପରିବାରବର୍ଗ ଓ ବନ୍ଧୁବାନ୍ଧବ, ଗ୍ରାମବାସୀ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close