ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଗୁରୁଚରଣ ସାମଲଙ୍କ ବିୟୋଗ; ବିଭିନ୍ନ ମହଲରେ ଶୋକ

ଧର୍ମଶାଳା, ୦୬ା୫(ଉ. ନ୍ୟୁଜ୍ ବ୍ୟୁରୋ): କଟକରେ ନିଜର ଚାକିରୀ ଜୀବନ ଶେଷ କରି ଅବସର ଗ୍ରହଣ ପରେ ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇଆସୁଥିବା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଗୁରୁଚରଣ ସାମଲଙ୍କର କଟକ ସ୍ଥିତ ତାଙ୍କ ବାସଭବନରେ ଗତ ୨୭/୦୪ ରିଖ ଶନିବାର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ସେ କଟକର ଚୈାଧୂରୀ ବଜାର ସ୍ଥିତ ‘ସିଟି ହସ୍‌ପିଟାଲ’ରେ ଜଣେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ ଆରମ୍ଭ କରି ସେଠାରେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ସହ ପଦୋନ୍ନତି ପାଇ ଶେଷରେ ଅବସର ନେଇଥିଲେ । ସେ କଟକରେ ନିଜର ବେଶ ପରିଚୟ ସୃଷ୍ଟି କରିଥିଲେ । ନିଜ ଜନ୍ମମାଟି ଯାଜପୁର ଜିଲ୍ଲା ଧର୍ମଶାଳାର ପଟୁଣିଆ ପଂଚାୟତର ପଟୁଣିଆ ଗ୍ରାମରେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଧର୍ମଶାଳା, ଚଣ୍ଡିଖୋଲ, ବଡ଼ଚଣା ଆଦି ଅଂଚଳର ବହୁ ଅଭାବୀ ଲୋକଙ୍କୁ କଟକ ନେଇ ମାଗଣାରେ ଚିକିତ୍ସା କରାଉଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କର ନାତି ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅଜାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close