‘ଇମ୍ଫା’ ତରପଂରୁ ଅନ୍ନପୂର୍ଣ୍ଣା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନକୁ କମ୍ପ୍ୟୁଟର ପ୍ରଦାନ

ଯାଜପୁର, ୨୦ା୩ : ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନକୁ ବଂଶୀଧର ଓ ଇଲା ପଣ୍ଡା ପାଂଊଣ୍ଡେସନ ପକ୍ଷରୁ ଗୋଟିଏ ଡେସ୍କଟପ, କମ୍ପ୍ୟୁଟର. ୟୁପିଏସ୍ ଓ ସିପିୟୁ ପ୍ରଦାନ କରାଯାଇଚ୍ଥି । ଇମ୍ଫାର ସାମାଜିକ ଦାୟିତ୍ୱବୋଧ ବା ସି.ଏସ୍‌.ଆର କାର୍ଯ୍ୟକ୍ରମ ମାଧ୍ୟମରେ ଶୁକ୍ରବାର ଏହା ପ୍ରଦାନ କରାଯାଇଚ୍ଥି । ଇମ୍ଫାର ଲୋକ ସଂପର୍କ ବିଭାଗର ବରିଷ୍ଠ ପରିଚାଳକ ଜଗନ ମୋହନ ମଲ୍ଲିକ ଏହି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଊପକରଣକୁ ଅନ୍ନପୂର୍ଣ୍ଣା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ମୁଖ୍ୟ ତଥା ନିଶ୍ୱ ଅନୁଷ୍ଠାନର ନିର୍ଦ୍ଦେଶକ ପବିତ୍ର ମୋହନ ସାହୁଙ୍କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ଇମ୍ଫାର ଲୋକ ସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ମିଲନ ରଂଜନ କର ଓ ସହକାରୀ ଅଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଊପସ୍ଥିତ ଥିଲେ । ଏହି କମ୍ପ୍ୟୁଟର ଦ୍ୱାରା ଅନୁୁଷ୍ଠାନର ରେକର୍ଡ ପତ୍ରକୁ ସୁରକ୍ଷିତ ରଖାଯିବା ସହ ପିଲାମାନେ ମଧ୍ୟ କମ୍ପ୍ୟୁଟର ଶିକ୍ଷା ଲାଭ କରିପାରିବେ ବୋଲି ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close