ବିଶିଷ୍ଟ ଜ୍ୟୋର୍ତିବିଦ୍ ଗଗନ ବିହାରୀ ଦାସଙ୍କ ଭିଡିଓକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା

 

ରସୁଲପୁର,(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ବାସ୍ତୁବିତ ତଥା ଜ୍ୟୋର୍ତିବିଦ୍ ଗଗନ ବିହାରୀ ଦାସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ କାଇବାରେ ଲାଗିଛି । ଭିଡିଓ ବାବଦରେ ଶ୍ରୀଯୁକ୍ତ ଦାସ ନିଜେ ଅବଗତ ନ ଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ କେହି ତାଙ୍କ ଅଗୋଚରରେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଘରକୁ ଆସି ଲୁଚାଣିଆ ଭିଡିଓ କରି ଏହାକୁ ଅପଭ୍ରଂଶ ଭାବେ ସଂପାଦିତ (ଏଡିଟିଂ) କରି ସୋସିଆଲ ମିଡିଆରେ ପକାଇ ତାଙ୍କୁ ଅଯଥା ବଦନାମ କରିବାର ଚକ୍ରାନ୍ତ କରିଛନ୍ତି ବୋଲି ସେ ନିଜ ପ୍ରତିକ୍ରିଆରେ କହିଛନ୍ତି । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଦାସ ଏକମାତ୍ର ଝିଅର ବିବାହ ପରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅର୍ନ୍ତଗତ ଦରକୁଣ୍ଡି ଗ୍ରାମରେ ବସବାସ କରନ୍ତି । ଜଣେ ବରିଷ୍ଠ ନାଗରିକ ଏବଂ ଅଂଚଳର ଜଣେ ମୁରବି ଭାବରେ ସେ ପରିଚିତ । ଓଡିଶାର ବିଭିନ୍ନ ପ୍ରାନ୍ତରରେ ତାଙ୍କର ଅଗଣିକ ପ୍ରଂଶସକ ଅଛନ୍ତି । ଜଣେ ସଫଳ ବାସ୍ତୁବିଦ୍ ହିସାବରେ ଅନେକଙ୍କୁ ଉଚିତ ମାର୍ଗରେ ଦିଗ୍‌ଦର୍ଶନ ଦେଇ ସଫଳ କରାଇଥିବାରୁ ତାଙ୍କ ପ୍ରତି ସମ୍ମାନ ବେଶ ଭଲ ରହିଛି । କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ୦୯ଟି ପଂଚାୟତରେ ତାଙ୍କର ପ୍ରଭାବ ଭଲ ରହିଛି । କିନ୍ତୁ ଫୁଙ୍ଗୁଳା ଦେହରେ ଅପ୍ରସ୍ତୁତ ଭାବେ ଭିଡିଓ କରି ଭିଡିଓର ଆଗ ଓ ପଛ ଅଂଶ କାଟି ତାଙ୍କୁ ଏକ ଦଳ ବିରୋଧରେ କହୁଥିବାର ବାର୍ତା ପ୍ରଚାର କରାଇ ରାଜନୈତିକ ଫାଇଦା ନେବାର ଯୋଜନା ଫଳପ୍ରଦ ହେବ ନାହିଁ ବୋଲି ଶ୍ରୀଯୁକ୍ତ ଦାସଙ୍କ ସହ କିଛି ଅଂଚଳବାସୀ ଓ ସମାଜସେବୀ ନିଜ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଟିକରପଡ଼ାର ବିଜେଡି ନେତା ଅନନ୍ତ ପାତ୍ରବିମ୍ବାଧର ସାହୁ, ତୁଳସୀପୁରର ଯୁବ ନେତା ରଂଜୀତ କୁମାର ବୋଇତାଇ, ଯୋକଡିଆର ଯୁବ ସମାଜସେବୀ ରାଜେଶ କୁମାର ଖୁଟିଂଆ (ବବି), ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ, ବିଜେଡି ନେତା ସନ୍ତୋଷ କୁମାର ଖୁଟିଂଆଙ୍କ ସହ ବହୁ ଯୁବ ନେତା ଶ୍ରୀଯୁକ୍ତ ଦାସଙ୍କୁ ଫସାଇ ତାଙ୍କ ଜରିଆରେ ଭୁଲ ବାର୍ତା ପ୍ରଚାର କରାଇ ରାଜନୈତିକ ଫାଇଦା ନେବାର ଅପଚେଷ୍ଟାକୁ ନିନ୍ଦା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close