ଅନ୍ତିମ ଦିବସରେ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଯାଜପୁର,୧୫/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲ୍ଲା ନାମାଙ୍କନ ପତ୍ର ଦାଖଲ କରିବାର ଗତକାଲି ଅନ୍ତିମ ଦିବସରେ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ୦୮-ଯାଜପୁର(ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ସୁମନ୍ତ ମଲ୍ଲକ, ବିଦ୍ୟାଧର ଦଳେଇ, ନରେନ୍ଦ୍ର ମଳିକ, ଭୈରବ ପ୍ରସାଦ ବେହେରା ଏବଂ ମଣ୍ଟୁ ସେଠୀ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବବିତା ମଲ୍ଳ୍‌ିକ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିମାଇଁ ଚରଣ ରାୟ, ଅଶୋକ କୁମାର ବେହେରା ଏବଂ ଅଜୟ ଧଳ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଉପ- ଜିଲ୍ଲାପାଳ ମନୋରମା ଜାଲିଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୫୦-ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ମନୋରଂଜନ ଜେନା, ଲକ୍ଷ୍ମୀ ମଲ୍ଳ୍‌ିକ, ଅଜୟ ଅନୁରାଗ ମହାନ୍ତି, ତରଣୀ ମଲ୍ଳ୍‌ିକ, ମାନସ କୁମାର ରାଉତ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଦାଖଲ କରିବା ସହ ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କାର୍ତିକ ଚନ୍ଦ୍ର ମଲ୍ଳ୍‌ିକ, ସ୍ମୃତିରେଖା ପହି, ହିମାଂଶୁ ଶେଖର ସାହୁ ଓ ପୁରୁଷୋତମ ବେହେରା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ନବକ୍ରିଷ୍ଣ ଜେନାଙ୍କ ନିକଟରେ ମଧ୍ୟ ଦାଖଲ କରିଚ୍ଥନ୍ତି । ୫୨-ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସୁଜାତା ସାହୁ, ପ୍ରଭାସଜ୍ୟୋତି ମହାନ୍ତି, ଦିଗମ୍ୱର ବେହେରା, ସୁଭାଶିଷ ମହାପାତ୍ର ଏବଂ ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଟଳ କୁମାର ଜେନା, ତ୍ରିନୟନ ରଥ ଓ ବିନୋଦ ବିହାରୀ ଜେନା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଉପ- ଜିଲ୍ଲାପାଳ ଅଂଶୁମାନ ଶତପଥୀଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଦୟାଲ ରତନ ମହାନ୍ତ, ଅଭିମନୁô୍ୟ ରଥ, ଦୀପକ କୁମାର ନାୟକ, ସଂଦୀପ ଚକ୍ର ଓ ରଂଜିତ କୁମାର ଜାମୁଡା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଲଙ୍କେଶ୍ୱର ଅମାତଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ପ୍ରକାଶ ଥାଉ କି, ଗତ ୭ା୫ା୨୦୨୪ ରିଖ ଠାରୁ ତା ୧୩ା୫ା୨୦୨୪ ରିଖ ପର୍ଯ୍ୟନ୍ତ (୨ ଦିନ ଚ୍ଥୁଟି ଦିବସ ବ୍ୟତୀତ) ୫ ଦିନରେ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ୮ ଜଣ ପ୍ରାର୍ଥୀ , ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ ପ୍ରାର୍ଥୀ, ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୫ ଜଣ ପ୍ରାର୍ଥୀ, ୫୦-ବଡଚଣା ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ, ୫୧-ଧର୍ମଶାଳା ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଜଣ ପ୍ରାର୍ଥୀ, ୫୨-ଯାଜପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ୫ ଜଣ ପ୍ରାର୍ଥୀ, ୫୩-କୋରେଇ ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଜଣ ପ୍ରାର୍ଥୀ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଗତକାଲି ସୁଦ୍ଧା ମୋଟ ୮୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close