ଶ୍ରୀକାନ୍ତ ଲାହାଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର ଆସନ୍ତା କାଲି

ବ୍ୟାସନଗର, ୨୨/୨(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାରାଂଚଳରେ ବେଶ୍ ଜଣାଶୁଣା ଓ ପରିଚିତ ଯୁବ ପ୍ରତିଭା, ସମାଜସେବୀ ଶ୍ରୀକାନ୍ତ କୁମାର ଲାହା (ସିପୁ)ଙ୍କ ଗତ ବର୍ଷ ତା ୦୨/୦୩/୨୦୨୧ରେ ଅକସ୍ମାତ୍ ବିୟୋଗ ଘଟିଥିଲା । ତାଙ୍କ ବିୟୋଗରେ ସେତେବେଳେ ବ୍ୟାସନଗର ଓ ଏହାର ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ଚଳିତ ବର୍ଷ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଥିବା ବେଳେ ୰ ସିପୁଙ୍କ ସ୍ମରଣାର୍ଥେ ଆସନ୍ତା କାଲି ରବିବାର ତା ୨୦/୨/୨୦୨୨ ରିଖ ସକାଳ ୮ ଘଟିକା ସମୟରେ ଯାଜପୁରରୋଡ ଷ୍ଟେସନ ବଜାର ନିକଟସ୍ଥ ରାଧାନାଥ ମାର୍ଗ ଛକରେ ଅବସ୍ଥିତ “ହୋଟେଲ ଭବାନି ଶଙ୍କର”ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଅଛି । ଏହାକୁ ‘ଶ୍ରୀକାନ୍ତ ସ୍ମୃତି ସଂସଦ’ ବ୍ୟାସନଗର ଆୟୋଜନ କରୁଛି । ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିବିଶେଷମାନେ ୰ ସିପୁଙ୍କ ପିତା ସନ୍ତୋଷ କୁମାର ଲାହା; ମୋବାଇଲ ନମ୍ବର:୯୮୫୩୪୬୪୯୭୨, ହ୍ୱାଟସ୍ ଆପ୍ ନଂ: ୯୮୫୩୯୭୬୪୮୮ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close