ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ସାର୍ ଦ୍ବାରା ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ପାଳିତ

ଯାଜପୁର /କଳିଙ୍ଗନଗର (ଉମାକାନ୍ତ ମହାପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନା ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହିତ ସାର୍ ଦୋରାଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ରବିବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ କାରଖାନା ପରିସରରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସାର୍ ଦୋରାବଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ସ୍ଥିତ ହାଉସିଙ୍ଗ କୋଠାରେ ଟାଟାଷ୍ଟିଲ, ଟାଟା ଷ୍ଟିଲ୍‌ ୟୁଟିଲିଟିଜ୍ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଟର ସାର୍ଭିସେସ୍ ଲିମିଟେଡ୍ (ଡିଏସ୍‌ଆଇଏସ୍ଏଲ) ଏବଂ ଜିଞ୍ଜର୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଇଥିଲା । ସାର୍ ଦୋରାବଜୀ ଟାଟା ପ୍ରଥମ ଅଧ୍ୟକ୍ଷ ଥିଲେ ଯିଏ ସମୟଠାରୁ ଉର୍ଦ୍ଧ୍ବରେ ଯାଇ କମ୍ପାନୀର କର୍ପୋରେଟ୍ ବ୍ୟବସ୍ଥାରେ ବିଭିନ୍ନ ମାନକଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ । ଆଇନଗତ ବ୍ୟବସ୍ଥା ଭାବେ ଲାଗୁ ହେବାର ବହୁ ପୂର୍ବରୁ ସେ ପ୍ରଥମ ଥର ପାଇଁ ୮ ଘଣ୍ଟିଆ କାର୍ଯ୍ୟ ଦିବସ, ମାତୃତ୍ବ ଅବକାଶ, ଭବିଷ୍ୟନିଧ୍ଵ ପାଣ୍ଠି, ଦୁର୍ଘଟଣାଜନିତ କ୍ଷତିପୂରଣ, ମାଗଣା ଚିକିତ୍ସା ସହାୟତା ଏବଂ ବହୁତ ଗୁଡ଼ିଏ ଜନକଲ୍ୟାଣ ପଦକ୍ଷେପର ଶୁଭାରମ୍ଭ କରିଥିଲେ । ନିଜ ପ୍ରାରମ୍ଭିକ ଜୀବନରେ ଏକ ଆଗ୍ରହୀ କ୍ରୀଡ଼ାବିତ୍ ଭାବେ ପରିଚିତ ସାର୍ ଦୋରାବଜୀ ଟାଟା ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ର ପ୍ରଥମ ସଭାପତି ଥିଲେ ଓ ଭାରତକୁ ଅଲମ୍ପିକ୍ସରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ ଭବିଷ୍ୟତରେ ବ୍ୟବସାୟୀ ଏବଂ ଉଦ୍ୟୋଗୀ ପିଢିକୁ ପ୍ରେରଣା ଯୋଗାଇବ । ଟାଟା ଷ୍ଟିଲ୍‌ ଏହି ଅଗ୍ରଦୂତଙ୍କସାହସ ଓ ଦୃଢ ବିଶ୍ୱାସକୁ ସଲାମ କରିବା ସହିତ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ ଜାରି ରଖିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close