ଯାଜପୁରରୋଡ଼ ଓ.ଏଫ.ଡି.ସି ଡ଼ିଭିଜନ ପକ୍ଷରୁ ଚୈାଦ୍ୱାରରେ ସି.ଏସ.ଆର କାର୍ଯ୍ୟକ୍ରମ

ଚୈାଦ୍ୱାର, ୨୪/୦୩(ଉ.ନ୍ୟୁଜ୍ ବ୍ୟୁରୋ): “ଓଡ଼ିଶା ବନ ଉନ୍ନୟନ ନିଗମ”, ଓ.ଏଫ୍‌.ଡି.ସି ଯାଜପୁରରୋଡ଼ ଡିଭିଜନ ଅଧିନରେ ୫ଟି ଜିଲ୍ଲା ଯଥା-ଯାଜପୁର, ଭଦ୍ରଖ, କେନ୍ଦ୍ରପଡ଼ା, କଟକ ଓ ଜଗତ୍‌ସିଂହପୁର ଜିଲ୍ଲା ରହିଛି । ଏହି ବାଣିଜ୍ୟିକ ଡିଭିଜନଟି ଡିଭିଜିନାଲ ମ୍ୟାନେଜର (ଡି.ଏମ) ଜଗନ୍ନାଥ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦିନକୁ ଦିନ ଅଧିକ କ୍ରିୟାଶୀଳ ହେବା ସହ ତା’ର ବାଣିଜ୍ୟିକ ଦିଗକୁ ବୃଦ୍ଧି କରିଚାଲିବା ସହ ସାମାଜିକ ସେବାମୂଳକ ଦାୟିତ୍ୱବୋଧ (ସି.ଏସ.ଆର) କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦନ କରିଆସୁଛି । ଉପରୋକ୍ତ ୦୫ଟି ଜିଲ୍ଲାରେ ୦୫ଟି ସି.ଏସ.ଆର କାର୍ଯ୍ୟକ୍ରମ କରି ଡିଭିଜନଟି ସାମାଜିକ ସ୍ତରରେ ବେଶ ପ୍ରଂଶସାଭାଜିତ ହୋଇପାରିଛି । ପ୍ରଥମେ ଯାଜପୁର ଜିଲ୍ଲାର ଯାଜପୁରରୋଡ଼ ସ୍ଥିତ ଗାନ୍ଧୀ କୁଷ୍ଠାଶ୍ରମ ଠାରେ ଏହି କାର୍ଯ୍ୟକ୍ରମ ଜରିଆରେ ଗରୀବ ଅନ୍ତେବାସୀ ଓ ଶ୍ରମିକ ଶ୍ରେଣୀର ୧୦୦ ପାଖାପାଖି ବ୍ୟକ୍ତିବିଶେଷଙ୍କୁ ବସ୍ତ୍ର, କମ୍ବଳ, ଶାଢ଼ୀ, ମଶାରୀ ଆଦି ବଂଟନ କରିବା ସହ ସେମାନଙ୍କୁ ଖାଦ୍ୟପ୍ରେୟରେ ଆପାୟିତ କରିଥିଲେ । ପରେ ଭଦ୍ରଖ, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଠାରେ ଅନୁରୂପ ଭାବେ ନିଗମର ଏହି ଜନ ମଂଗଳକାରୀ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ପରେ ଆଜି ରବିବାର (୨୪/୦୩/୨୦୨୪)ରେ କଟକ ଜିଲ୍ଲାର ଚୈାଦ୍ୱାରର ଏକ ଆଶ୍ରମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁରରୋଡ ଡ଼ିଭିଜନ ଓ.ଏଫ୍‌.ଡି.ସିର ଡି.ଏମ ଜଗନ୍ନାଥ ସ୍ୱାଇଁ, ଏସ.ଡି.ଏମ ବିନୋଦ ବିହାରୀ ଜେନା, ଜି.ଏମ (ଏଫ.ଇ) ସୁକାନ୍ତ କୁମାର ବେହେରା, ସ୍ୱାତି ଲେଙ୍କା, ଆଶ୍ରମର ଦାମୋଦର ସାହୁ ପ୍ରମୁଖ ଯୋଗ ଦେଇ ୯୦ଜଣଙ୍କୁ ପୋଷାକ ବଂଟନ କରିବା ସହ ଆଶ୍ରମର ଅନ୍ତେବାସୀମାନଙ୍କ ବ୍ୟବହାର ପାଇଁ ୦୬ଟି କୁଲର, ୦୫ଟି ଫ୍ୟାନ ଆଦି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଏହି ଆଶ୍ରମରେ ଗରୀବ ଆଦିବାସୀ ଓ ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ ପିଲାମାନେ ରହିଥାନ୍ତି । ଓ.ଏଫ୍‌.ଡି.ସିର ଏଭଳି ମଂଗଳକାରୀ କାର୍ଯ୍ୟକ୍ରମ ପାଇଁ ଆଶ୍ରମର କର୍ମକର୍ତା ଓ ଅନ୍ତେବାସୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close