ବ୍ୟାସନଗର ବସଷ୍ଟାଣ୍ଡ ଅଳିଆ ଗଦାରେ ଲାଗିଛି ନିଆଁ, ଦମକଳ ବାହିନୀ ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଜାରୀ

ଯାଜପୁରରୋଡ, ୨୧/୧୧ (ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ବ୍ୟାସନଗର ସହର ଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ଭାବେ ପରିଚିତ । ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ କେଉଁଝର, ଭଦ୍ରଖ, ଢ଼େଙ୍କାନାଳ, କଟକ, ଭୁବନେଶ୍ୱର, କେନ୍ଦ୍ରପଡ଼ା, ଅନଗୁଳ ଆଦି ଜିଲ୍ଲାର ବିଭିନ୍ନ ଅଂଚଳ ସହ ଏହି ସହରର ନିୟମିତ ଯୋଗାଯୋଗ ସଂର୍ପକ ରହିଛି । ଏଠାରୁ ପ୍ରତ୍ୟହ ବସଗୁଡିକ ଏହିସବୁ ଅଂଚଳକୁ ଯାତ୍ରୀ ନେଇ ଯିବା ଆସିବା କରିବା ସହ ଅନ୍ୟାନ ବହୁ ଛୋଟ ମୋଟ ବହୁ ଗାଡି କଳିଙ୍ଗନଗର ଶିଳ୍ପାଂଚଳ, ଆନନ୍ଦପୁର, ସିଂହପୁର ଆଦି ବହୁ ସ୍ଥାନକୁ ଯାତ୍ରୀ ନେଇ ଯାଇଥାନ୍ତି । ଏହି ବସ ଷ୍ଠାଣ୍ଡରେ ୬୦-୭୦ଟି ବସ ରାତ୍ରୀରେ ଅଟକିଥାନ୍ତି । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିବାକୁ ବିଭିନ୍ନ ସମୟରେ ଦାବୀ ହୋଇଥାଏ । ଏହାଛଡ଼ା ବ୍ୟାସନଗର ପୈାରାଂଚଳ ଏକ ପାହାଡିଆ ଅଂଚଳ ଭାବେ ଜଣାଶୁଣା । ବସଷ୍ଠାଣ୍ଡର ପଛପଟେ ଏକ ପୋଖରୀ ଥିଲା । ତାହାକୁ ନବୀକରଣ କରି ଜଳକ୍ଳୀଷ୍ଟ ଏହି ଅଂଚଳରେ ପାଣିର ସୁଗମ ବ୍ୟବସ୍ଥା କରିବା ପରିବର୍ତେ କିଛି ବର୍ଷ ହେଲା ଏହି ପୋଖରୀରେ ଅଳିଆ ଆବର୍ଜ୍ଜନା ପକାଯାଇ ଏହାକୁ ପୋତି ଦିଆଗଲାଣି! ଅଳିଆଗୁଡିକ ସାମାନ୍ୟ ପବନରେ ଏଣେ ତେଣେ ଉଡି ପରିବେଶକୁ ବିଷମ ମଧ୍ୟ କରୁଛି । ପୁନଶ୍ଚ, ୭-୮ଦିନ ତଳେ କୈାଣସି କାରଣରୁ ଏହି ଅଳିଆ ପୋଖରୀରେ ନିଆଁ ଲାଗିଯାଇଥିଲା । ତାହାକୁ ଯାଜପୁରରୋଡ ଅଗ୍ନିଶମ ବିଭାଗ ତରଫରୁ ୨-୩ ଦିନ ତଳୁ ଲିଭାଇ ଦିଆଯାଇଥିଲା । ମାତ୍ର ଭିତରେ ନିଆଁ ରହିଯାଇଥିବାରୁ ପୁଣି କୁହୁଳି କୁହୁଳି ଆଜି ସନ୍ଧ୍ୟାରେ ନିଆଁ ଲାଗିଯାଇଛି । ଏବେ ଅଗ୍ନିଶମ ବିଭାଗ ଆସି ପୁଣି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଭଲ ଭାବେ ନିଆଁ ଲିଭା ଯାଇ ନ ଥିବାରୁ ପୁଣି ନିଆଁ ଲାଗିଲା ବୋଲି କେତେକ କହୁଥିବା ବେଳେ ବସଷ୍ଠାଣ୍ଡ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାଗାରେ ଅଳିଆ ନ ପକାଯିବାକୁ ନେଇ କେତେକ ଅନୁରୋଧ ମଧ୍ୟ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close