ଯାଜପୁରରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଜାରି ରହିଚ୍ଥି

ଯାଜପୁର, ୨ା୧୧ : ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚଳିତ ନଭେମ୍ବର ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଚ୍ଥି । ଯାହା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ନଭେମ୍ୱର ୭ ଓ ୨୧ ତାରିଖ ରଖାଯାଇଚ୍ଥି ବୋଲି ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ସୂଚନା ଦେଇଚ୍ଥନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ ଏହି ତାରିଖ ମଧ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଭୋଟରମାନଙ୍କର ନାମ ଅନ୍ତର୍ଭୁକ୍ତ, ମୃତ, ସ୍ଥାନାନ୍ତର ଇତ୍ୟାଦି କ୍ଷେତ୍ରରେ ବାଦ ତଥା ସଂଶୋଧନ ଇତ୍ୟାଦି କାର୍ଯ୍ୟ କରାଯିବ । ତା ୧ା୧ା୨୦୨୨ ରିଖ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବା ତଦୁର୍ଦ୍ଧ୍ୱ ହୋଇଥିବ ସେମାନେ ୬ ନମ୍ୱର ପଂର୍ମରେ ଆବେଦନ କରିପାରିବେ । ତେବେ ବିଦେଶରେ ରହୁଥିବା ଭାରତୀୟଙ୍କ କ୍ଷେତ୍ରରେ ୬’-ଏ’ ପଂର୍ମରେ ଆବେଦନ କରିବାକୁ ପଡିବ । ମୃତ, ସ୍ଥାନାନ୍ତର ପାଇଁ ୭ ନମ୍ୱରରେ ବାଦ ପାଇଁ ଆବେଦନ କରିପାରିବେ । ସେହିପରି ଭୋଟର ତାଲିକାରେ ତୃଟି ଥିଲେ ସଂଶୋଧନ ପାଇଁ ୮ ନମ୍ୱର ପଂର୍ମ ଓ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସ୍ଥାନାନ୍ତର କ୍ଷେତ୍ରରେ ୮ ‘ଏ’ ପଂର୍ମରେ ଆବେଦନ କରାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଚ୍ଥନ୍ତି । ଭୋଟର ହେଲ୍‌ପଲାଇନ୍ ଆପ୍ ମାଧ୍ୟମରେ ଘରେ ବସି ଯେ କୈାଣସି ବ୍ୟକ୍ତି ନିଜର ନାମ ଭୋଟର ତାଲିକାରେ ଯୋଗ, ସଂଶୋଧନ ବା ବାଦ୍ ପଡିବା ନିମନ୍ତେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଭୋଟର ତାଲିକାକୁ ନଭେମ୍ୱର ୧ ତାରିଖ ଠାରୁ ସମସ୍ତ ବୁଥ୍‌, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟମାନଙ୍କରେ ପ୍ରଦର୍ଶନ କରାଯାଇଚ୍ଥି । ବିଭିନ୍ନ ସାମାଜିକ ଗଣମାଧ୍ୟମ ଯଥା ଟୁଇଟର, ପେଂସ୍ ବୁକ୍ ଓ ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସଂଶୋଧିତ ଚୁଡାନ୍ତ ଭୋଟର ତାଲିକା ତା ୫ା୧ା୨୦୨୨ରେ ପ୍ରକାଶିତ ହେବ । ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର, ଏ.ଇ.ଆର.ଓମାନଙ୍କୁ ଭୋଟର ତାଲିକା ସଂଶୋଧନ ସଂପର୍କରେ ସୂଚନା ଓ ପ୍ରଶିକ୍ଷଣ ଦିଆଯାଇଚ୍ଥି । ଏ ସଂପର୍କରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ସହ ପ୍ରତ୍ୟେକ ବୁଥ୍‌ରେ ସେମାନଙ୍କ ଏଜେଣ୍ଟ ଦେବାପାଇଁ ଅନୁରୋଧ କରାଯାଇଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଚ୍ଥନ୍ତି । ଭୋଟର କାର୍ଡ ଏକ ଜରୁରୀ ଓ ଉପାଦେୟ ପ୍ରମାଣ ପତ୍ର । କେବଳ ଭୋଟ ଦାନ ପାଇଁ ନୁହେଁ ବରଂ ଅନ୍ୟାନ୍ୟ ବିବିଧ କାର୍ଯ୍ୟରେ ଏହାର ସର୍ବୀଧିକ ବ୍ୟବହାର ହେଉଥିବାରୁ ପ୍ରତ୍ୟେକ ସଚେତନ ହୋଇ ଏହାର ସୁବିଧା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close