ଟାଟା ଷ୍ଟିଲ କଳିଙ୍ଗନଗରରେ ଜରୁରୀକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏନଡିଆରଏଫ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ

କଳିଙ୍ଗନଗର : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ସହଯୋଗରେ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)ର ସୁରକ୍ଷା ବିଭାଗ ପକ୍ଷରୁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ (ଟିଓଟି) ଉପରେ ଏକ ୬ ଦିନିଆ ‘ଜରୁରୀକାଳୀନ ପ୍ରଶମନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ୨୦୨୪ ଏପ୍ରିଲ ୧୬ରେ ଟିଏସକେର ପ୍ଲଟ-୨ସ୍ଥିତ ଅଡିଟୋରିୟମରେ ଉଦଘାଟିତ ହୋଇଯାଇଛି । ଦକ୍ଷ ପ୍ରଶିକ୍ଷକ ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, ଟିଏସକେର ସୁରକ୍ଷା ମୁଖ୍ୟ ଆର ଏସ୍ ମିଶ୍ର ଓ ଡେପୁଟି କମାଣ୍ଡାଂଟ୍ ତୃତୀୟ ବାଟାଲିୟନ ଏନଡିଆରଏଫ, ମୁଣ୍ଡୁଳି, କଟକ ଧନଞ୍ଜୟ କୁମାରଙ୍କ ଉପସ୍ଥିତିରେ ଟିଏସକେର ଇଲେକ୍ଟ୍ରିକାଲ ରକ୍ଷଣାବେକ୍ଷଣ (ସିଓଇଏମ୍‌) ମୁଖ୍ୟ ଅଜିତ କର ଉଦଘାଟନ କରିଥିଲେ । ଧନଞ୍ଜୟ କୁମାର ଏନଡିଆରଏଫ ପ୍ରଶିକ୍ଷକ ଦଳର ନେତୃତ୍ୱ ନେଇଥିଲେ । ଟିଏସକେ ଏବଂ ଟିଏସଏମର ସୁରକ୍ଷା ମୁଖ୍ୟ ପ୍ରକାଶ ସଞ୍ଜୟ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଥିବା ବେଳେ ଟିଏସକେର ସୁରକ୍ଷା ମୁଖ୍ୟ ମୁକୁଲ କୁମାରଙ୍କ ସହ ସୁରକ୍ଷା ବିଭାଗର ଅନ୍ୟ ଟିମ ସଦସ୍ୟମାନେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଯକ ଦଳ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଏସକେ, ଏନଡିଆରଏଫ ଓ ସିଆଇଏସଏଫ (କଳିଙ୍ଗନଗର)ର ବରିଷ୍ଠ ଅଧିକାରୀମାନେଉପସ୍ଥିତ ଥିଲେ ।
ଜାମସେଦପୁର, କଳିଙ୍ଗନଗର, କଂଚାମାଲ ପ୍ରତିଷ୍ଠାନ, ମେରାମଣ୍ଡଳୀ ପ୍ଳାଂଟ ଓ ଏନଆଇଏନଏଲ ପ୍ଳାଂଟ ସମେତ ଟାଟା ଷ୍ଟିଲର ବିଭିନ୍ନ କାର୍ଯ୍ୟ କ୍ଷେତ୍ରର ୫ ଜଣ ମହିଳା ଅଧିକାରୀଙ୍କ ସମେତ ୪୪ ଜଣ ଅଧିକାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିପର୍ଯ୍ୟୟ ପରିସ୍ଥିତିର ପ୍ରଭାବଶାଳୀ ପରିଚାଳନା ପାଇଁ ମେଡିକାଲ ପ୍ରଥମ ପ୍ରତିକ୍ରିୟା, ଢାଂଚା ଭୁଶୁଡ଼ିବା ସନ୍ଧାନ ଓ ଉଦ୍ଧାର, ଅଗ୍ନି ପରିଚାଳନା ଏବଂ ଜୀବନ ରକ୍ଷାକାରୀ ଏବଂ ସନ୍ଧାନ ଉପକରଣ ଉପରେ ଶିକ୍ଷାଗତ ଦକ୍ଷତା ହାସଲ କରିବା ପାଇଁ ଏନଡିଆରଏଫ୍ ଟିମ୍ ତରଫରୁ ଶ୍ରେଣୀଗୃହ ପ୍ରଶିକ୍ଷଣ, ପ୍ରଦର୍ଶନ ଏବଂ ପ୍ରାକ୍ଟିକାଲ ତାଲିମ ପ୍ରଦାନ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close