ଲିକୁଙ୍କୁ ମିଳିପାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବିଜେପି ଟିକେଟ

ଧର୍ମଶାଳା, ୨୫ା୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାର ଯାଜପୁର ଜିଲ୍ଲାର ମର୍ଯ୍ୟଦାଜନକ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଟିକେଟ ଦେବାରେ ଦଳର ହାଇପ୍ରୋଫାଇଲ ନେତା ‘କିକ୍ ବ୍ୟାକ୍‌’ କରଛନ୍ତି ବୋଲି ବିଜେପି ଟିକେଟ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ସମର୍ଥକମାନେ ଖୋଲା ଅଭିଯୋଗ କରିଆସୁଛନ୍ତି । ବହୁ ଲୋକ ବି ତାଜୁବ ହେଉଛନ୍ତି ଯେ, ଜଣେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ କାହିଁକି ଉପେକ୍ଷା କଲା! ଏପରିକି ଅଧିକାଂଶ ଗଣମାଧ୍ୟମର ପ୍ରତିନିଧିମାନେ ବି ଜାଣିଯାଇଥିଲେ ଯେ, ଲିକୁ ଏଥର ଧର୍ମଶାଳାରୁ ବିଜେପି ଟିକେଟ ପାଉଛନ୍ତି । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଲିକୁଙ୍କ ପରିବର୍ତେ ସେଠାରେ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ ଦେଇଥିଲା । ଏହାକୁ ବିରୋଧ କରି ପ୍ରାୟ ହଜାରରୁ ଉର୍ଦ୍ଧ ତାଙ୍କର ସମର୍ଥକ ଦୀର୍ଘ ୦୩ ଦିନ କାଳ ଭୁବନେଶ୍ୱରରେ ରାତି ଦିନ ପଡିରହି ଲିକୁଙ୍କୁ ଟିକେଟ ଦେବା ପାଇଁ ଅଡି ବସିଥିଲେ । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବିଷୟରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଟିକେଟ ପରିବର୍ତନ ନେଇ କିଛି ନ ହେବାରୁ ଉତ୍କଳ ଦିବସ ପାଳନ ଅବସରରେ ଲିକୁ ଜାରକା ମହୋତ୍ସବ ପଡ଼ିଆରେ ଏକ ବିଶାଳ ସମାବେଶ ଜରିଆରେ ତାଙ୍କ ଶକ୍ତି ପ୍ରଦର୍ଶନ କରି ଦଳୀୟ ଟିକେଟ ବଦଳାଇବା ପାଇଁ ଚାପ ସୃଷ୍ଟି କରିଥିଲେ । ଶୁଣାଯାଉଛି, ଯାଜପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ଡ଼ଃ. ଋବୀନ୍ଦ୍ର କୁମାର ବେହେରା ଆଶଙ୍କା କରିଥିଲେ କି ଯଦି ଲିକୁଙ୍କୁ ଟିକେଟ ନ ଦିଆଯାଏ ତେବେ ଜିଲ୍ଲାରେ ୦୧ଲକ୍ଷ ପାଖାପାଖି ଭୋଟ ବିଜେପିର କମି ଯିବ । ଶ୍ରୀ ବେହେରା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବାରୁ ତାଙ୍କର କୁଆଡ଼େ ପ୍ରଭାବଶୀଳ କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ସୁସଂର୍ପକ ରହିଛି । ଏହାଛଡ଼ା ଲିକୁ ଓ ତାଙ୍କ ସମର୍ଥକ ଦଳୀୟ ଗଣ୍ଡି ମଧ୍ୟରେ ରହି ଟିକେଟ ପାଇବା ପାଇଁ ଦାବୀ କରିଆସୁଛନ୍ତି । ଦଳ ମଧ୍ୟ ଭଲ ଭାବେ ଜାଣିଛି ଯେ, ଧର୍ମଶାଳାରେ ହେବିୱେଟ ବିଜେଡ଼ି ନେତା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ଲିକୁ ହିଁ କେବଳ ଟକ୍କର ଦେଇପାରିବେ । ତେଣୁ ତାଙ୍କୁ ଟିକେଟ ଦିଆଯାଇନଥିବାରୁ ଟିକେଟ ଦେବାରେ ‘କିକ୍ ବ୍ୟାକ’ ହୋଇଥିବା କଥା ଆଲୋଚନା ହେଉଛି । ଏହିସବୁ ଦିଗକୁ ବିଚାର କରି ହୁଏତ ଟିକେଟ ବଦଳାଯାଇ ଲିକୁଙ୍କୁ ଦିଆଯାଇପାରେ । ଆଜିର କେନ୍ଦ୍ରୀୟ ପ୍ରମୁଖ ନେତା ଅମିତ୍ ଶାହାଙ୍କ ଓଡ଼ିଶା ଗ୍ରସ୍ତ ପରେ ଏକଥା ବିଚାର ହୋଇପାରେ ବୋଲି କୁହାଯାଉଛି । ଏହିସବୁ ଦିଗକୁ ବିଚାର କରି ହୁଏତ ଟିକେଟ ବଦଳାଯାଇ ଲିକୁଙ୍କୁ ଦିଆଯାଇପାରେ । ହେଲେ ଆଗକୁ କ’ଣ ଘଟୁଛି ତାହା ସମୟ ହିଁ କହିବ !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close