ହନୁମାନ ଜୟନ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ର ଶକ୍ତି ପଦର୍ଶନ

ଯାଜପୁରର,୨୪/୦୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଗତ ମଙ୍ଗଳ ବାର ପବିତ୍ର ହନୁମାନ ଜୟନ୍ତୀ ଓ ଚୈତ୍ର ପୁର୍ଣିମା ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଶକ୍ତି ପଦର୍ଶନ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡ ରୁ ୫୦୦ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗଦେଇ ଥିଲେ । ବଡ଼ଚଣା ସ୍ଥିତ ମାଝୀ ଗୌରୀ ମନ୍ଦିର ଠାରୁ ମୋଟର ସାଇକେଲ ଶୋଭା ଯାତ୍ରା ବାହାରି ଚଣ୍ଡୀ ଖୋଲ ଛକ ପରିକ୍ରମା କଲାପରେ ସୁଭଦ୍ରା ପୁର ଚାରିବାଟିଆ ଠାରେ ଏକା ବୈଠକ ଆୟୋଜନ କରାଯାଇ ଥିଲା । ବଡ଼ଚଣା ପ୍ରଖଣ୍ଡ ର ପୂର୍ବତନ ସମ୍ପାଦକ ହେମାସ ଜେନା ଙ୍କ ସଭା ପତିତ୍ୱରେ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର ସଂଯୋଜନାରେ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଅମ୍ବିକା ଦାସ, ରାଜ୍ୟ ସାହସଂଯୋଜ ପ୍ରଭାତ ତ୍ରିପାଠୀ, ସମ୍ମାନିତ ଅତିଥି ରାଜ୍ୟ ସୁରକ୍ଷା ପ୍ରମୁଖ ସଞ୍ଜୟ ସିଂ, ମିଳନ କେନ୍ଦ୍ର ପ୍ରମୁଖ ବିପିନ ପଣ୍ଡା, ବିଶ୍ୱହିନ୍ଦୁ ପରିଷଦ ର ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ବଳ, ଜିଲ୍ଲା ସଙ୍ଘ ଚାଳକ ବଟକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ. ସମସ୍ତ ଅତିଥି ହିନ୍ଦୁ ଧର୍ମ ଉପରେ କିଭଳି କୁଠାରଘାତ, ଧର୍ମାନ୍ତୀ କରଣ, ଲଭ ଯେହସଦ ମଠ ମନ୍ଦିର ଅସୁରକ୍ଷିତ, ଗୋହତ୍ୟା, ଏସବୁ ବିଷୟରେ ଅବଗତ କରାଇ ଥିଲେ । ଏହି ହନୁମାନ ଜୟନ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ର ଶକ୍ତି ପଦର୍ଶନ କ୍ରମରେ ଚିତ ରଞ୍ଜନ ବିନ୍ଧାଣି, ଅକ୍ଷୟ କୁମାର ଗୋଛାୟ, ସନ୍ତୁ ଜେନା, ଶରତ ସାହୁ, ବସନ୍ତ କୁମାର ପାତ୍ର, କ୍ରୀତନ ରାଉତ, ଦିଲୀପ ଓଝା ରାଜେନ୍ଦ୍ର ମଲ୍ଲିକ, ଯଶୋବନ୍ତ ଦାସ, ସୁବାସ ମହାରଣା, ପ୍ରଦୀପ ସ୍ୱାଇଁ, ସୁଶାନ୍ତ ସ୍ୱାଇଁ, ସାରଦା ପ୍ରସନ୍ନ ବଳ, ରାମ ଚନ୍ଦ୍ର ମହନ୍ତ, ଦିଲୀପ ଦ୍ୱିବେଦୀ, ବିନାୟକ ନାୟକ, ଆଲୋକ ନାୟକ, ସମୀର ସ୍ୱାଇଁ, ପ୍ରକାଶ ମଲ୍ଲିକ, ସୁଶୀଲ ଭାଇ ପ୍ରମୁଖ ସହଯୋଗ କରିଥିଲେ ।
କାର୍ଯ୍ୟକର୍ତା

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close