କୋରେଇ ଓ ବରୀ ବିଧାନସଭା କ୍ଷେତ୍ର ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡ଼ି

ବ୍ୟାସନଗର, ୧୪ା୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ରାଜ୍ୟର ପ୍ରମୁଖ ତଥା ଶାସକ ବିଜେଡ଼ି ପକ୍ଷରୁ ମର୍ଯ୍ୟଦାପୂର୍ଣ୍ଣ କୋରାଇ ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଚଳିତଥର ବହୁ ଦାବୀଦାର ଥିଲେ ମଧ୍ୟ ଟିକେଟ ନ ମିଳିବା ଆଶଙ୍କା କରି ପୂର୍ବତନ ବିଧାୟକ ଆକାଶଦାସ ନାୟକ ଦଳଛାଡି ବିଜେପିକୁ ଯିବା ପରେ ତାଙ୍କୁ ବିଜେପି ଟିକେଟ ଦେଇଥିଲା । ଯେହେତୁ ବିଧାୟକ ଅଶୋକ ବଳଆକାଶଦାସ ନାୟକ ଉଭୟ ଗୋଷ୍ଠୀ ମଧ୍ୟରେ ଟିକେଟ ପାଇଁ ଟଣାଓଟରା ଚାଲିଥିଲା ଓ ଜଣେ ଦଳ ଛାଡିବା ପରେ ଆଉ ଜଣଙ୍କୁ ଟିକେଟ ଦେଲେ ଗୋଷ୍ଠୀ ବିବାଦ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଥିଲା । ଏହାଛଡ଼ା ବିଧାୟକ ଶ୍ରୀ ବଳ ଜନୈକ ପ୍ରଭାବଶୀଳ ପ୍ରଶାସକଙ୍କ ଜରିଆରେ ଟିକେଟ ପାଇବେ ବୋଲି ଶେଷ ପର୍ଯ୍ୟନ୍ତ ତାଙ୍କ ସମର୍ଥକମାନେ କହିବୁଲୁଛନ୍ତି । ଏପରିସ୍ଥଳେ ଜଣେ ନବାଗତ ତଥା ମହିଳାକୁ ବିଜେଡ଼ି ଟିକେଟ ଦେଇ ମହିଳା କାର୍ଡ଼ ଖେଳିପାରେ ବୋଲି ଜଣାପଡୁଛି । ଏହି ହିସାବରେ ସର୍ବପ୍ରଥମେ ଓଡ଼ିଶାର ବିଶିଷ୍ଟ ଜନନେତା ତଥା କୋରେଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ନାମ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଆସିଛି । ଏହାଛନା ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବଙ୍କ ଦାଦା ପୁଅ ଭାଇ ଭବ ପ୍ରସାଦ ଦାସ (ଲଲ) ବା ଅନ୍ୟ କେହି ନୂଆ ନେତାଙ୍କୁ ଚୟନ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଛି । ହେଲେ ଚୂଡାନ୍ତ ନିଷ୍ପତି ପ୍ରଣବ ପ୍ରକାଶଙ୍କ ଉପରେ ନିର୍ଭର କରେ ବୋଲି କୁହାଯାଉଛି । ଦେଖାଯାଉ ଆଉ ଅଳ୍ପ ସମୟ ପରେ ଏହା ସ୍ପଷ୍ଟ ହେବା ପରେ କୋରେଇରେ ରାଜନୈତିକ ଚଳଚଚଂଳତା କିପରି ଆଗକୁ ବଢ଼ୁଛି! ଏଥିସହ ଜିଲ୍ଲାର ଅନ୍ୟତମ ପ୍ରମୁଖ ବରୀ ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡ଼ି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close