ବ୍ୟାସନଗର ସହର ଓ କଳିଙ୍ଗନଗର ଶିଳ୍ପାଚଂଳରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟମ ଉପରେ, ଜନଜୀବନ ଅସ୍ତବ୍ୟସ୍ତ

ବ୍ୟାସନଗର,୨୪/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଗତ ପ୍ରାୟ ଏକ ସପ୍ତାହ ହେଲା ବ୍ୟାସନଗର ସହରରର ତାପମାତ୍ରା ୪୦ଡ଼ିଗ୍ରୀ ସେଲସିୟସ ଉପରେ ରହୁଛି । ତାପମାତ୍ରା ସାଙ୍ଗକୁ ପ୍ରବଳ ଖରା, ଝାଞ୍ଜି ପବନ, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୦୮ଟା ବେଳକୁ ଖରାର ରାଜୁତି ଆରମ୍ଭ ହେଉଛି । ଦିନେ ଦିନେ ସକାଳ ୦୮ଟାରେ ତାପମାତ୍ରା ୩୪ ଡିଗ୍ରୀ ଛୁଉଁଛି । ପ୍ରବଳ ରୈାଦ୍ରତାପ ଓ ଗୁଳୁଗୁଳିକୁ ଅନୂଭବ କରି ସରକାର ଜିଲ୍ଲାରେ ସରକାରୀ ଅଫିସ ୦୮ଟାରୁ ଦିନ ୦୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି; ହେଲେ ଦିନ ୧୧ଟା ପରେ ରାସ୍ତାକୁ ବାହାରିବା ଏକପ୍ରକାରର ଅସମ୍ଭବ ହୋଇପଡ଼ିଛି । ବଡ଼ବଡ଼ିଆ ବାବୁମାନେ ଶୀତତାପ ନିୟନ୍ତ୍ରକ ଗାଡି ଓ ଅଫିସରେ ବସି କାମ କରିବାର ସୁଯୋଗ ଲାଭ କରୁଥିଲେ ହେଁ ତଳିଆ କର୍ମଚାରୀ ଓ ଅନ୍ୟମାନେ ଖାରାରେ ଆଉଟୁପାଉଟୁ ହେଉଛନ୍ତି । ଆଜି ବ୍ୟାସନଗର ସହରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି । ଏହାର ସାମାନ୍ୟତମ ଫରକ ପଡୁନି ପୈାର ସଂସ୍ଥାର କେତେକ ଠିକାଦାରଙ୍କ କ୍ଷେତ୍ରରେ । ଦିନ ୦୧ଟା ବେଳେ ରାଜ ରାସ୍ତାରେ ଶ୍ରମିକମାନଙ୍କୁ କଠିନ ପରିଶ୍ରମ କରାଉଛନ୍ତି, କୋଠାବାଡି, ରାସ୍ତା, ଡ଼୍ରେନ ଆଦି ନିର୍ମାଣ କରାଉଛନ୍ତି । ୦୩-୦୪ଦିନ ତଳେ ଏପରି ଭାବେ ପୈାର ପରିଷଦର ଡ୍ରେନ କାମ କରୁଥିଲେ ୧୦-୧୨ଜଣ ଶ୍ରମିକ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ବଳରେ ସରକାର ୨୨, ୨୩ ଓ ଆଜି ୨୪ ତାରିଖରେ ସମସ୍ତ ବିଦ୍ୟାଳୟରେ ପାଠପଢ଼ା ୬ଟା ୩୦ରୁ ୧୦ଟା ୩୦ମି ମଧ୍ୟରେ କରିବାକୁ ନିର୍ଦ୍ଦେଶନାମା ଦେଇଥିଲେ, ଯାହା ଯାଜପୁର ଜିଲ୍ଲା ସହ ବ୍ୟାସନଗର ପୈାରାଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ପାଳନ କରିଥିବାର ଦେଖାଦେଇଛି । ହେଲେ ଏହି ସମୟ ମଧ୍ୟ କୁନି କୁନି ପିଲାମାନଙ୍କ ପାଇଁ ଅସହ୍ୟ ମନେ ହୋଇଛି । ଆସନ୍ତା କାଲି ୨୫ ତାରିଖ ଠାରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟଗୁଡିକରେ ଗ୍ରାଷ୍ମ ଅବକାଶ ପ୍ରଦାନ କରିଥିବାରୁ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି । ମାତ୍ର ନିକଟସ୍ଥ କଳିଙ୍ଗନଗର ଶିଳ୍ପାଂଚଳଗୁଡିକରେ କେଉଁ ସମୟରେ ଶ୍ରମିକ ଓ କର୍ମଚାରୀମାନେ କାମ କରୁଛନ୍ତି ତାହା ଉପରେ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ, ଶ୍ରମ ବିଭାଗ ଆଦି ଦୃଷ୍ଟି ଦେଇ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ମତପ୍ରକାଶ ପାଉଛି । ସଚେତନ ନ ହେଲେ ୧୯୯୮ ଭଳି ଓଡ଼ିଶାରେ ଅଂଶୁଘାତ ବିତ୍ପାତ ଯେ ଦେଖା ନ ଦେବ କହିହେବ ନାହିଁ । କାରଣ ମେ ମାସ ଓ ଜୁନ ୧୫ ତାରିଖ ପର‌୍ୟ୍ୟନ୍ତ ଓଡ଼ିଶାରେ ବେଶି ଗରମ ହୋଇଥାଏ । ମୈାସୁମୀ ଆସିବା ପର୍ଯ୍ୟନ୍ତ ଏହା ଉପରେ ସମସ୍ତେ ସର୍ତକତା ଅବଲମ୍ବନ କରିବା ଉଚିତ୍ । ଆହୁରି ୫୦ ଦିନ ପର‌୍ୟ୍ୟନ୍ତ ସିଝିବାରୁ ନିସ୍ତାର ନାହିଁ ! ଚଳିତ ବର୍ଷ ରେକର୍ଡ଼ ଧରଣର ଗରମ ଅନୁଭୂତ ହେବାର ଆଶଙ୍କା ଦେଖାଦେଇଛି । ରାଜ୍ୟରେ ସାଧାରଣ ନିର୍ବାଚନ ବି ଚାଲିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳମାନେ ପ୍ରଚାର କରିବା ଉଚିତ । କର୍ମୀ ଓ ଜନତାମାନେ ଦିନ ୧୧ଟା ପୂର୍ବରୁ ଘରେ ପହଚିଂବା ଦରକାର ଓ ଦିନ ୦୪ଟା ପରେ ଘରୁ ବାହାରିବା ଆବଶ୍ୟକ । ନିର୍ବାଚନ ତାତି ସାଂଗକୁ ପ୍ରାକୃତିକ ଗରମ ପରିସ୍ଥିତିକୁ ଆହୁରି ବିଷମ କରିବାର ଆଶଙ୍କା ସୃଷ୍ଟି କରିଛି । ଖରା ବଢ଼ୁଥିବା ବେଳେ ବ୍ୟାସନଗର ପୈାର ପରିଷଦ ଅଂଚଳରେ ଘନଘନ ବିଜୁଳି କାଟ ସାଂଗକୁ ବହୁ ସ୍ଥାନରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଭୂଷୁଡି ପଡ଼ୁଛି । ଏହି ସର୍ବନିମ୍ନ ଆବଶ୍ୟକତା ପ୍ରତି ବିଭାଗ ବହୁ ସମୟରେ ଉଦାସୀନ ରହୁଥିବାରୁ ନାହିଁ ନ ଥିବା ହୀନସ୍ତା ଭୋଗୁଛନ୍ତି ଉପଭୋକ୍ତାମାନେ! ପ୍ରବଳ ଗରମ ପାଇଁ ପରିଶ୍ରମ କରି ବଂଚୁଥିବା ବ୍ୟକ୍ତିବିଶେଷଙ୍କ ରୋଜଗାର ବହୁମାତ୍ରାରେ ପ୍ରଭାବିତ ହୋଇଛି । ବୃକ୍ଷରୋପଣ ସେତେଟା ଆଶାନୁରୂପକ ହୋଇପାରିନାହିଁ । ଏବେ ଯେପରି ସମସ୍ତେ ପ୍ରକୃତି ନିକଟରେ ହାର ମାନିଲା ଭଳି ମନେହେଉଛି! ତେଣୁ କୁହାଯାଏ “ପ୍ରକୃତି ବଂଚିଲେ-ଆମେ ବଂଚିବା”

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close