କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରାରେ ଭୁବନେଶ୍ୱର ଡି ଏଲ ଏଫ ଛକର ଦୃଶ୍ୟ

ଭୁବନେଶ୍ୱର ; ୨୬/୧୧: (ଜ୍ୟୋତି ରଞ୍ଜନଙ୍କ ଠାରୁ) କୃଷି ଓ ଶ୍ରମ ନୀତିକୁ ନେଇ ଆନ୍ଦୋଳନ ଜୋର ଧରିଛି। ଆଜି ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଦେଶବ୍ୟାପୀ ବନ୍ଦ ଡ଼ାକରାର ସଫଳ ରୂପ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ଆଜି ବନ୍ଦ ଡାକରା ଦିଆଯାଇଥିଲା। ଓଡ଼ିଶାରେ କାର୍ଯ୍ୟରତ ୫ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ସହ ସିପିଆଇ ,ସିପିଏମ ଏବଂ ସମାଜବାଦୀ ପାର୍ଟି ବନ୍ଦକୁ ସଫଳ କରିଛନ୍ତି। କଂଗ୍ରେସ ତରଫରୁ ମଧ୍ୟ ଏହି ବନ୍ଦର ସମର୍ଥନ ରହିଛି । ରାଜ୍ୟ ଅଟୋ ଚାଳକ ମହାସଂଘ ମଧ୍ୟ ଏହାକୁ ସମର୍ଥନ କରିଛି। ଏହି ବନ୍ଦ ଡାକରାରେ ଆଇ ଏନ ଟି ୟୁ ସି,ସିଟୁ, ଏ ଆଇ ଟି ୟୁ ସି,ହିନ୍ଦୁ ମଜଦୁର ସଭା,ଏ ଆଇ ସି ଟି ୟୁ ଆଦି ସାମିଲ ହୋଇଛନ୍ତି। ୨୯ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି ତଥା ୧୩ଟି ଶ୍ରମ ଆଇନକୁ ଉଚ୍ଛେଦ କରାଯାଇଛି। ଦେଶର ପ୍ରାୟ ୪୦ରୁ୪୫ କୋଟି ଶ୍ରମିକ ଏଥିରେ କ୍ଷତିଗ୍ରସ୍ତ ହେବେ ବୋଲି ସୂଚନା ରହିଛି। ଓଡ଼ିଶାରେ ଏହାଦ୍ୱାରା ବହୁଳ ମାତ୍ରାରେ ଶ୍ରମିକ ପ୍ରଭାବିତ ହେବେବୋଲି ଆଶଙ୍କା ଥିବାରୁ ଏହି ବନ୍ଦକୁ ଆଗେଇନେବାକୁ ସଂଗଠନ ଅଣ୍ଟା ଭିଡ଼ିଛି। ଆସନ୍ତୁ ଦେଖିବା ଭୁବନେଶ୍ୱର ଡି ଏଲ ଏଫ ଛକର ଦୃଶ୍ୟ….

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close