ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ଯୋଗଦାନ

ଯାଜପୁର,୦୭/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଶୁକ୍ରବାର ଅପରାହ୍ନରେ ଯାଜପୁର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ୨୦୧୨ କାଡର ଆଇଏଏସ୍ ଅଧିକାରୀ ନିଖିଲ ପୱନ କଲ୍ୟାଣ ଯୋଗଦାନ କରି ଡା. ଶୁଭଙ୍କର ମହାପାତ୍ର, ଆଇଏଏସ୍ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଚ୍ଥନ୍ତି । ଶ୍ରା କଲ୍ୟାଣ ପୂର୍ବରୁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ ନିର୍ବାହ କରୁଥିଲେ । ଏହା ପୂର୍ବରୁ ସେ କଟକ ମହାନଗର ନିଗମ ଆୟୁକ୍ତ ଭାବେ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ପ୍ରିୟଭାଜନ ହେବା ସହ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିଚ୍ଥନ୍ତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ପରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଲଙ୍କେଶର ଅମାତ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ  କୁଳମଣି ନାୟକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସ୍ୱାଗତ ଜଣାଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close