ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ ହୃଷିକେଶ ରାଉତଙ୍କ ପରଲୋକ

ବ୍ୟାସନଗର,୧୮/୫(ଉ. ନ୍ୟୁଜ୍ ବ୍ୟୁରୋ):  ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ, ସରକାରୀ ଓକିଲ (ଜି.ପି), ବିଶିଷ୍ଟ ଶ୍ରମିକ ନେତା ହୃଷିକେଶ ରାଉତଙ୍କ ଆଜି ପୂର୍ବାହ୍ନରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗତକାଲି ରାତ୍ରୀରେ ତାଙ୍କର ବ୍ରେନ ଷ୍ଟ୍ରୋକ୍ ହୋଇଯାଇଥିଲା । ଆଜି ସେ କଟକ ଅଭିମୁଖେ ଚିକିତ୍ସା ପାଇଁ ଯାଉଥିବା ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିବାର ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ହୋଇଥିଲା ବୋଲି କୁହାଯାଉଛି । ୰ ରାଉତଙ୍କ ପତ୍ନୀ ପ୍ରଭାସୀ ନଳୀନି ରାଉତ ଓ ୨ ବିବାହିତ ଝିଅ ଝିଲ୍ଲୀ ଓ ସିଲ୍ଲୀ ଅଛନ୍ତି । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ୧୯୭୦ ମସିହାରେ କଟକର ମଧୂସୁଦନ ଆଇନ କଲେଜରୁ ଏଲ.ଏଲ.ବି ପାସ କରି ଓଡ଼ିଶା ହାଇକୋର୍ଟରେ ପ୍ରାକ୍ଟିସ କରିଥିଲେ । ସେ ବ୍ୟାସନଗର କଲେଜ ପରିଚାଳନା କମିଟିର ସଭାପତି ମଧ୍ୟ ଥିଲେ । ସେ ରେଭେନ୍ସା କଲେଜରୁ ଇତିହାସ ଅନର୍ସରେ ସ୍ନାତକ ପାସ କରିଥିବା ବେଳେ ବାଣୀବିହାର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତୋକତର ପାସ କରିଥିଲେ । ସେ ସ୍ଥାନୀୟ ଫେରୋକ୍ରୋମ କାରଖାନାରେ ବିପ୍ଳବୀ ମଜଦୂର ସଂଘ ଗଢ଼ି ତା’ର ସଭାପତି ଥିଲେ । ପରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅନୁରୋଧ କ୍ରମେ ଏହି କାରଖାନାର ୬୦୦ରୁ ଉର୍ଦ୍ଧ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ‘ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘ’ ଗଢ଼ି ତା’ର ସଭାପତି ମଧ୍ୟ ହୋଇଥିଲେ । ଏକଦା ସେ ଯାଜପୁରର ଭୂମିପୁତ୍ର ତଥା ଓଡ଼ିଶାର ସାଲୀସ ବିହୀନ ନେତା ୰ ଅଶୋକ ଦାସଙ୍କର ଏକାନ୍ତ ଅନୁଗତ ଥିଲେ । ସେ ୰ ଦାସଙ୍କ ସଂଗରେ ଥିବା ବେଳେ ପ୍ରଭାବଶୀଳ ଥିଲେ । ସେ କୋରାଇ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ଲଢ଼ି ପରାଜିତ ହୋଇଥିଲେ । ଏକାଧାରାରେ ସେ ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କର ମର ଶରୀରକୁ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ଛକକୁ ଅଣାଯାଇଥିଲା । ସେଠାରେ ବହୁ ଆଇନଜୀବୀ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ବଜାର ପରିକ୍ରମା କରି ତାଙ୍କ ଜନ୍ମସ୍ଥାନ ଖଣ୍ଡାହତାକୁ ନିଆଯାଇଥିଲା । ଖଣ୍ଡାହତା ଗ୍ରାମ ଶଶ୍ମାନରେ ତାଙ୍କର ଶବଦାହ କରାଯାଇଛି । ତାଙ୍କ ପୁତୁରା ଦେବାଶିଷ ରାଉତ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସମାଜସେବୀ ରୋଟାରିଆନ ସୁଦୀପ୍ କୁମାର ମିଶ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ସମାଜସେବୀ ରାମଚନ୍ଦ୍ର ବାରିକ, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସାମ୍ବାଦିକ କୈଳାସ ରାଉତ, ବିଶ୍ୱରଂଜନ ପଟ୍ଟନାୟକ, ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ଆଇନଜୀବୀ ଅରୁଣ କୁମାର ସାହୁ, ତାଙ୍କ ପୁତୁରା ସୁରେଶ କୁମାର ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

          ବ୍ୟାସନଗର ଅଂଚଳର ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ କୁମାର ବୋଇତାଇ ଶ୍ରୀ ରାଉତଙ୍କ ବିୟୋଗରେ କହିଛନ୍ତି ଯାଜପୁର ମାଟି ଆଜି ତା’ର ଏକ ଅମୂଲ୍ୟ ସନ୍ତାନକୁ ହରାଇଲା । ସେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ହରାଇ ମର୍ମାହତ । ସେ ତାଙ୍କ ଅମର ଆତ୍ମାର ସଦ୍‌ଗତି ସହ ଶୋକ ସନ୍ତପ୍ତ ପରିବାରକୁ ପ୍ରଭୂ ଜଗନ୍ନାଥ ଧୈଯ୍ୟ ଓ ସାହାସ ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close