ନୟାଗଡ଼ ଠାରେ ଇଏସଆଇସି ଶାଖା କାର୍ଯ୍ୟାଳୟ କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ

ନୟାଗଡ଼, ୧୯/୯୪(ଉ. ନ୍ୟୁଜ୍ ବ୍ୟୁରୋ): ନୟାଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି)ର ଶାଖା କାର୍ଯ୍ୟାଳୟ ଆଜି ନିଗମର ଓଡ଼ିଶାର ଭୂବନେଶ୍ୱର ସ୍ଥିତ କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସୁଚନାଯୋଗ୍ୟ ଶ୍ରୀଯୁକ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମ ଓ ଆନ୍ତରିକତା ଯୋଗୁ ଓଡ଼ିଶାରେ ଇଏସଆଇସିର ବ୍ୟାପକ ଉନ୍ନତି ଓ ସଂସ୍କାର ଦେଖିବାକୁ ମିଳୁଛି । ରାଜ୍ୟରେ କିପରି ଇଏସଆଇସିର ଭିତିଭୂମି ସୁଦୃଢ଼ ହେବ ଓ ଅଧିକ ସଂଖ୍ୟକ ମେଡ଼କାଲ ଓ ଶାଖା କାର୍ଯ୍ୟାଳୟ (Branch Office) ଖୋଲିବ ସେଥିଲାଗି ଶ୍ରୀଯୁକ୍ତ ପଣ୍ଡା ଅହରହ ପ୍ରଚେଷ୍ଟା ଜାରୀ ରଖିଛନ୍ତି । ପୁରୁଣା ମେଡ଼ିକାଲଗୁଡ଼ିକର ସଂସ୍କାର କରିବା ସହ ସେଗୁଡ଼ିକର ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ସଂଗେ ସଂଗେ ଆବଶ୍ୟକୀୟ ଯନ୍ତ୍ରପାତି ଓ କୋଠାବାଡ଼ି ନିର୍ମାଣ କରିବା ଉପରେ ସେ ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ଇଏସଆଇସିକୁ ଏକ ଉନ୍ନତ ଓ ସେବାଭିମୁଖି ସ୍ତରରେ ପହଂଚାଇବାର ଲକ୍ଷ୍ୟ ରଖି ଶ୍ରୀଯୁକ୍ତ ପଣ୍ଡା ନୂଆଦିଲ୍ଲୀର ନିଗମ ମୁଖ୍ୟାଳୟକୁ ସୁଚିନ୍ତିତ ଯୋଜନାର ରୂପରେଖ ପଠାଇ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ସଫଳ ହେଉଥିବାରୁ ରାଜ୍ୟ ପାଇଁ ନିଗମ ଅଗଣିତ ବୀମାଧାରୀ (ଆଇ.ପି)ମାନଙ୍କ ପାଇଁ ମଂଗଳକର ସାବ୍ୟସ୍ତ ହେବାରେ ଲାଗିଛି ।
      ଶ୍ରୀଯୁକ୍ତ ପଣ୍ଡାଙ୍କ ସଫଳ ଓ ମାରାଥାନ ଉଦ୍‌ଘାଟନର ପର୍ବ ଦେଖିବାକୁ ମିଳିଛି । ଆଜି ନୟାଗଡ଼ ଠାରେ ଇଏସଆଇସି ଶାଖା କାର୍ଯ୍ୟାଳୟ (Branch Office) ଖୋଲିଥିବା ବେଳେ ଆସନ୍ତା କାଲି ବୁଧବାର ୧୯.୪.୨୩ରେ ଭଦ୍ରଖ ଠାରେ ଏବଂ ଗୁରୁବାର ତା. ୨୦/୪/୨୩ରେ କେନ୍ଦ୍ରାପଡ଼ା ଠାରେ ଶାଖା କାର୍ଯ୍ୟାଳୟ ଖୋଲିବାକୁ ଯାଉଛି ଓ ଶ୍ରୀଯୁକ୍ତ ପଣ୍ଡା ନିଜସ୍ୱ ତତ୍ୱାବଧାନରେ ଏସବୁ ଉଦ୍‌ଘାଟନ କରିବାର ଯୋଜନା ରହିଛି । ଳଗାତର ୦୩ ଦିନରେ ଇଏସଆଇସିର ପରିଧି ଭିତରେ ନ ଥିବା ୦୩ଟି ଜିଲ୍ଲା ଯଥା-ନୟାଗଡ଼, ଭଦ୍ରଖ ଓ କେନ୍ଦ୍ରାପଡ଼ାରେ ଇଏସଆଇସିର ଶାଖା କାଯ୍ୟାଳୟ ଖୋଲିବା ଶ୍ରୀଯୁକ୍ତ ପଣ୍ଡାଙ୍କ ଦକ୍ଷତା ଓ ଓଡ଼ିଶା ପ୍ରତି ଥିବା ତାଙ୍କର ଆଭିମୁଖ୍ୟକୁ ପ୍ରମାଣିତ କରୁଛି । ସୂଚନାଥାଉକି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଜିଲ୍ଲାରେ ଓ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଯାଜପୁର ଜିଲ୍ଲାରେ ଇଏସଆଇସିର ଭିତିଭୂମି ସୁଦୃଢ଼ କରିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ସହ ରୀତିମତ ଯୋଗାଯୋଗରେ ଅଛନ୍ତି । ଫଳସ୍ୱରୂପ, ଖୁବ ଶୀଘ୍ର ଉଭୟ ଜିଲ୍ଲାରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇସି ମେଡ଼ିକାଲ ପ୍ରତିଷ୍ଠା ହେବାକୁ ଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close