ଯାଜପୁରରୋଡରେ ରେଳବାଇ ଡିଭିଜନ ପାଇଁ ପାଣିକୋଇଲିରେ ଦସ୍ତଖତ ଅଭିଯାନ ଓ ଦାବୀ ସଭା

ପାଣିକୋଇଲି,୦୭ା୮(ଉ.ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାର ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳ ଭିତିଭୂମିର ସବିଶେଷ ବିକାଶ ହେବା ପାଇଁ ବିଭିନ୍ନ ମହଲରେ ଆଶା ବଢ଼ିଯାଇଛି । ଏଣେ ଦୀର୍ଘ ୩-୪ ବର୍ଷ ଧରି ଯାଜପୁର-କେଉଁଝରରୋଡ଼ରେ ଏକ ନୂତନ ରେଳ ଡିଭିଜନ ପାଇଁ ଦାବୀ ଉଠାଇ ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଲଗାତର କାର୍ଯ୍ୟକ୍ରମ ଚଳାଇ ଆସିଥିବା ସମାଜସେବୀମାନେ ପୁଣି ଥରେ କ୍ରିୟାଶୀଳ ହୋଇଛନ୍ତି । କେବେ ବି ହତୋତ୍ସାହିତ ନ ହୋଇ ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ଯାଜପୁର ଜିଲ୍ଲା ଓ ଅନ୍ୟାନ ସ୍ଥାନରେ ଚାଲୁ ରହିଥିବା ଦସ୍ତଖତ ଅଭିଯାନ ଓ ସଚେତନତା ସଭା ଆଦି ଯୋରଦାର ହୋଇଛି । ଏବେ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହି ଦାବୀ ପୂରଣ ଦିଗରେ ଆଗଭର ହୋଇ ବିଭିନ୍ନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି । ପ୍ରତ୍ୟେକ ଦିନ କିଛି ନା କିଛି ବ୍ୟକ୍ତିବିଶେଷଙ୍କୁ ଯୋଗାଯୋଗ କରାଯାଇ ଦାବୀ ସଂର୍ପକରେ ଅବଗତ କରାଯିବା ସହ ସେମାନଙ୍କ ସହଯୋଗ କାମନା କରାଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ନୂତନ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସଂଗ୍ରହ କରାଯାଉଛି । ଖୁବ୍ ଶୀଘ୍ର ଏହି ଦାବୀପତ୍ର ପ୍ରଦାନ ପାଇଁ ଉଦ୍ୟମ ଚାଲୁ ରହିଛି ।
    ଆଜି ସନ୍ଧ୍ୟାରେ ପାଣିକୋଇଲି ନିକଟବର୍ତୀ କାଜିପାଟଣା ଆଦିବାସୀ ସାହିରେ ‘ଉଦୟବଟ’ର ପ୍ରତିନିଧି, ସମାଜସେବୀ ତଥା କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକଙ୍କ ଆବାହକତ୍ୱରେ ଏକ ସଚେତନତା ସଭା କରାଯିବା ସହ ଏହି ଦାବୀକୁ ତୃଣମୂଳ ସ୍ତର ଗାଁ ଗଣ୍ଡା ବସ୍ତି ପର୍ଯ୍ୟନ୍ତ ନିଆଯାଇ ସମର୍ଥନ ଯୋଗାଡ କରାଯାଉଛି । ଏଥିରେ ଯାଜପୁରରୋଡ ରେଳ ଡିଭିଜନର ମୁଖ୍ୟ ପୁରୋଧା ଶ୍ରୀ ରାଉତ ଯୋଗ ଦେଇ ଯାଜପୁରରୋଡରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠାର ଯଥାର୍ଥତା ଉପରେ ବୁଝାଇଥିଲେ । ଦାବୀ ପୂରଣ ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିରେ ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ବଡ଼ଚଣାର ଯୁବ ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, କେନ୍ଦ୍ରାପଡ଼ାର ଯୁବ ସଂଗଠକ ଅରୁଣ ଦାସ, ଗୈାରୀଶଙ୍କର ପତି ପ୍ରମୁଖ ଯୋଗ ଦେଇ ଦାବୀପୂରଣ ଦିଗରେ ସମସ୍ତେ ଲାଗି ପଡ଼ିବାକୁ ନିବେଦନ କରିଥିଲେ । ପରେ ପାଣିକୋଇଲି ବଜାର ପରିକ୍ରମା କରାଯାଇ ଦସ୍ତଖତ ସଂଗ୍ରହ କରାଯିବା ସହ ପାଣିକୋଇଲିର ବହୁ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରି ଦାବୀପୂରଣ ଦିଗରେ ସେମାନଙ୍କ ସହଯୋଗ କରାଯାଇଥିଲା । ଏହି କ୍ରମରେ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ଧଳ, ପୂର୍ବତନ କୋରାଇ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସ ନେତା ଘନଶ୍ୟାମ ପଣ୍ଡା, ବରିଷ୍ଠ ବିଜେପି ନେତା କରୁଣାକର ମାଝୀ ପ୍ରମୁଖଙ୍କୁ ସାକ୍ଷାତ କରି ସେମାନଙ୍କ ପରାମର୍ଶ ନିଆଯାଇଥିଲା । କରୋନା କଟକଣା ପାଇଁ ଛୋଟ ଛୋଟ ସଭା କରାଯିବା ସହ ଦାବୀ ପୂରଣ ପାଇଁ ସଚେତନତାକୁ ବ୍ୟାପକ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close