ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର, ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ, ଓଡ଼ିଆ ପୁଅ ପୁରଞ୍ଜନ ଦଳାଇ ସମ୍ବର୍ଦ୍ଧିତ

ନୁଆଦିଲ୍ଲୀ;୨୮/୦୫(ବ୍ୟୁରୋ) : ବୈଦିକ ବିଧି ବିଧାନ ସହ ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ। ହୋମ-ପୂଜାର୍ଚ୍ଚନା ପରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍‌’ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ନୂଆ ସଂସଦ ଭବନର ଉଦଘାଟନ ପାଇଁ ପୂଜାରେ ବସିଥିଲେ।ତାମିଲନାଡ଼ୁରୁ ଆସିଥିବା ସାଧୁ ସନ୍ଥମାନଙ୍କ ମନ୍ତ୍ର ଉପଚାର ସହ ପ୍ରାୟ ୧ ଘଣ୍ଟା ଧରି ପୂଜାବିଧି ଚାଲିଥିଲା। କୁହାଯାଉଛି ଭାରତୀୟ ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟାଧୁନିକ ସଂସଦ ସୌଧର ଲୋକାର୍ପଣ କରି ରାଷ୍ଟ୍ରକୁ ସମର୍ପଣ କରିଛନ୍ତି।ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ଐତିହ୍ୟ ସେଙ୍ଗୋଲ ସ୍ଥାପନ କରିବା ପରେ ସଂସଦ ଭବନ ଲୋକାର୍ପଣ କରାଯାଇଛି। ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ଆୟୋଜିତ ହୋମ ସମ୍ପନ୍ନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍‌’ ଓ ଅଧୀନମ୍‌ ମହନ୍ତମାନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ଏହାପରେ, ଅଧୀନମ୍‌ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଐତିହାସିକ ‘ସେଙ୍ଗୋଲ୍‌’ ପ୍ରଦାନ କରିଥିଲେ। ‘ସେଙ୍ଗୋଲ୍‌’ ଧରି ପ୍ରଧାନମନ୍ତ୍ରୀ ଅଧୀନମ୍‌ ମାନଙ୍କ ଗହଣରେ ନୂଆ ସଂସଦ ଭବନରେ ଥିବା ଲୋକସଭା ପ୍ରକୋଷ୍ଠରେ ପ୍ରବେଶ କରିଥିଲେ। ସଂସଦ ଭବନ ଲୋକାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ୧୨ଟି ଧର୍ମର ପ୍ରତିନିଧିମାନେ ପବିତ୍ର ଶବ୍ଦ ଉଚ୍ଚାରଣ କରି ନୂଆ ସଂସଦ ପାଇଁ ପ୍ରାର୍ଥନା କରିଥିଲେ। ବୌଦ୍ଧ, ଜୈନ, ପାର୍ସୀ, ହିନ୍ଦୁ, ଶିଖ, ଇହୁଦୀ, ଇସଲାମ ସମେତ ବିଭିନ୍ନ ଧର୍ମର ପ୍ରତିଧିମାନେ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପ୍ରାର୍ଥନା ସଭାରେ ଉପସ୍ଥିତ ଥିଲେ। ସେବା ଓ ଧର୍ମକୁ ଜୀବନରେ ଆଦର୍ଶ ଭାବେ ମାନୁଥିବା ଓଡ଼ିଆ ପୁଅ ପୁରଞ୍ଜନ ଦଳାଇ ନୂଆ ସଂସଦ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶ୍ରମଜୀବୀ ଓ କାରୀଗରଙ୍କ ପାଇଁ ଚାହା ଓ ପାନୀୟ ଜଳର ବ୍ୟବସ୍ଥା କରୁଥିଲେ ପୁରଞ୍ଜନ। ସେଥିପାଇଁ ତାଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ସମ୍ୱିର୍ଦ୍ଧିତ ମଧ୍ୟ କରାଯାଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close