ଓଡ଼ିଆ ସିନେ ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ବିୟୋଗ

କଟକ, ୧୩/୦୯: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ୬୬ ବର୍ଷ ବୟସରେ ତାଙ୍କ କଟକର ତୁଳସୀପୁର ସ୍ଥିତ ବାସଭବନରେ ଗତ କାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି । କୋଭିଡ଼୍ ନିୟମକୁ ମାନି ଗତ କାଲି ରାତ୍ରୀରେ ସ୍ଥାନୀୟ ସତିଚଉରା ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା । ୩-୪ ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ ଓ ତାଙ୍କର ସ୍ୱାବ୍ ପରୀକ୍ଷାରୁ ସେ କରୋନା ନେଗେଟିଭ୍ ମଧ୍ୟ ଚିହ୍ନଟ ହୋଇଥିଲେ । କିଛି ଧାରାବାହିକରେ ସେ ନିର୍ଦ୍ଦେଶନା ଦେଇ ଦର୍ଶକଙ୍କର ନିକଟତର ହୋଇଥିଲେ । ଶ୍ରୀ ପତି ବିଶିଷ୍ଟ ସିନେ ତାରକା ପ୍ରଶାନ୍ତ ନନ୍ଦଙ୍କର ମୁଖ୍ୟ ସହଯୋଗୀ ଭାବେ ବେଶ ଜଚ୍ଚାଶୁଣା । ସେ ଓଡ଼ିଆ ଚଳଚିତ୍ର ‘ପଂଚୁ ପାଣ୍ଡବ’, ‘ରାଜାରାଣୀ’, ‘ମା’ପରି କିଏ ହେବ’, ‘ଏଇଠି ସ୍ୱର୍ଗ ଏଇଠି ନର୍କ’ ଆଦିରେ ସଫଳ ନିର୍ଦ୍ଦେଶନା ଦେଇଥିବା ବେଳେ ‘ପଂଚୁ ପାଣ୍ଡବ’ ଚଳଚିତ୍ର ସୁପର ହିଟ୍ ହୋଇଥିଲା । ୰ ପତିଙ୍କର ଜନ୍ମ ମାଟି ଯାଜପୁର ଟାଉନର ସନ୍ଥମାଧବରେ ହୋଇଥିବା ବେଳେ ସେ କଟକର ତୁଳସୀପୁରରେ ରହୁଥିଲେ । ତାଙ୍କ ମୃତ୍ୟୁରେ ଓଲିଉଡ଼ ସମେତ ବହୁ ଦର୍ଶକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close