ଜଳବନ୍ଦୀ ଗମୁ, ମହାକାଳପଡା, ମନ୍ଦାରୀ ଅଂଚଳକୁ ଡଙ୍ଗାରେ ପରିଦର୍ଶନ କଲେ ଯାଜପୁର ଜିଲ୍ଲାପାଳ

ଯାଜପୁର, ୨ା୯: ବ୍ରାଦ୍ମଣୀ ଓ ବୈତରଣୀ ନଦୀର ଜଳ ସ୍ତର ହ୍ରାସ ପାଉଥିବାରୁ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତିରେ ସୁଧାର ଆସିଚ୍ଥି । ଯେଉଁ ଅଂଚଳଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇଚ୍ଥି ସେଠାରେ ରିଲିପଂ ଓ ପଲିଥିନ ବଣ୍ଟନକୁ ତ୍ୱରାନ୍ୱିତ କରାଯାଇଚ୍ଥି । ଅପର ପକ୍ଷରେ ଜଳବନ୍ଦୀ ଅଂଚଳରେ ଓଡ୍ରାପଂ, ଏନ୍‌.ଡି.ଆର.ଏପଂ. ଓ ଅଗ୍ନିଶମ ବିଭାଗ ଦ୍ୱାରା ରିଲିପଂ କାର୍ଯ୍ୟକୁ ପରିଚାଳନା କରାଯାଉଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ପ୍ରତ୍ୟୁଷରୁ ଜିଲ୍ଲାପାଳ ଶ୍ରୀ ଦାସଙ୍କ ସମେତ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବରୀ ତହସିଲଦାର ସରୋଜକାନ୍ତ ନାୟକ ପ୍ରମୁଖ ବରୀରେ ପହଂଚି ପଲିଥିନ, ଚୁଡା ଓ ଗୁଡ ବିଭିନ୍ନ ପଂଚାୟତର ଗ୍ରାମମାନଙ୍କୁ ପ୍ରେରଣ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ, ଆଇ.ଏ.ଏସ୍‌. ପ୍ରୋବେସନର, ବି.ଡି.ଓ. ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ପଂଚାୟତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଓଡ୍ରାପଂ ବୋଟ୍ ମାଧ୍ୟମରେ ଚନ୍ଦନପୁର, ଗମୁ, ମହାକାଳପଡା, ମନ୍ଦାରୀ ଇତ୍ୟାଦି ପଂଚାୟତର ବିଭିନ୍ନ ଗ୍ରାମଗୁଡିକୁ ପରିଦର୍ଶନ କରିଥିଲେ । ସେହି ଅଂଚଳର ଲୋକମାନଙ୍କୁ ଚୁଡା, ଗୁଡ ଇତ୍ୟାଦି ରିଲିପଂ ବଣ୍ଟନ ସହ ଯେଉଁ ଯେଉଁ ସ୍ଥାନରେ ଜଳସ୍ତର କମିଲାଣି ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସ୍ଥାନୀୟ ସରପଂଚ ଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରିଲିପଂ ସାମଗ୍ରୀ ସହ ପିଇବା ପାଣି ଓ ଥଣ୍ଡା ଜ୍ୱର, ଝାଡା ଇତ୍ୟାଦି ରୋଗର ଚିକିତ୍ସା ପାଇଁ ଓ ଔଷଧ ପ୍ରଦାନ ପାଇଁ ମେଡିକାଲ ଅପିଂସରମାନଙ୍କ ସହ ଯୋଗାଯୋଗ ପାଇଁ ସ୍ଥାନୀୟ ବି.ଡି.ଓଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣି ଶୁଖିଯାଇଥିବା ସ୍ଥାନର ନଳକୂପ ଗୁଡିକୁ ବିଶୋଧନ କରିବା ସହ ଏହାର ଚତୁପାର୍ଶ୍ୱ ଓ ସଂପୃକ୍ତ ଅଂଚଳକୁ ବିଶୋଧନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଜଳଘେରରେ ରହିଥିବା ସଂପୃକ୍ତ ଅଂଚଳର ଲୋକମାନେ ଜିଲ୍ଲାପାଳଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ ମଧ୍ୟ କରିଥିଲେ । ଏତେ ପାଣିରେ ଯେତେବେଳେ ଅଂଚଳବାସୀ କେଉଁଆଡେ ଯିବା ସମ୍ଭବ ନୁହେଁ ବା ଅନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଆସିବା ଅସମ୍ଭବ ହେଉଚ୍ଥି ସେତେବେଳେ ଖୋଦ ଜିଲ୍ଲାପାଳ ପହଂଚି ଥିବାରୁ ବିଭିନ୍ନ ସ୍ଥାନରେ ଜନସାଧାରଣ ତାଙ୍କୁ ଅଶେଷ କୃତଜ୍ଞତା ଜଣାଇବା ସହ ରିଲିପଂ, ଚାଷ କାର୍ଯ୍ୟ, ଜଳ ନିଷ୍କାସନ, ବିଦ୍ୟୁତ୍ ସରବରାହ ଇତ୍ୟାଦି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ । ୨୦୧୧ ବନ୍ୟା ଠାରୁ ଏହା ଅଧିକ ଭୟଙ୍କର ବୋଲି ବୟସ୍କ ବ୍ୟକ୍ତିମାନେ ମତ ଦେବା ସହ ଏତେ ପାଣିରେ ପ୍ରଶାସନିକ ଅଧିକାରୀମାନେ ଆସିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ପରେ ଜିଲ୍ଲାପାଳ ବ୍ଳ୍‌କ ଓ ତହସିଲରେ ରିଲିପଂ କାର୍ଯ୍ୟର ସମୀକ୍ଷା କରିଥିଲେ । ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପ୍ରଦାନରେ ପାତର ଅନ୍ତରକୁ ବରଦାସ୍ତ କରାଯିବନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କଡ଼ା ବାଣୀ ଶୁଣାଇଥିଲେ । ସରକାରୀ ବ୍ୟକ୍ତିମାନେ ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରି ନିରପେକ୍ଷ ଭାବେ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । କୈାଣସି କ୍ଷେତ୍ରରେ ଅନିୟମିତତା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଚଳିତ ବନ୍ୟାରେ ଜିଲ୍ଲାର ୧୦ଟି ଯାକ ବ୍ଳକର ୧୮୬ ଗୋଟି ପଂଚାୟତର ୮୩୬ଟି ଗ୍ରାମ ଓ ପୈାରାଂଚଳର ଗୋଟିଏ ୱାର୍ଡର ମୋଟ ୯୯୫୯୪୭ ଲୋକ ପ୍ରଭାବିତ ହୋଇଚ୍ଥନ୍ତି । ମୋଟ ୮୨୦ଟି ଗ୍ରାମର ୮୧୪୩୭୨ ଲୋକ ଜଳ ଘେରରେ ଥିବାବେଳେ ବର୍ତମାନ ମଧ୍ୟ ୮୦ଟି ଗ୍ରାମର ୭୪୩୪୭ ଜଣ ଲୋକ ଜଳ ଘେରରେ ରହିଚ୍ଥନ୍ତି । ୪୨୭୨୧ ଜଣ ଲୋକଙ୍କୁ ୨୨୪ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୪୯ଟି ରନ୍ଧା ଖାଦ୍ୟ କେନ୍ଦ୍ର କରାଯାଇଥିଲା । ବର୍ତମାନ ୧୪୦ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଚ୍ଥି । ଏନ୍‌.ଡି.ଆର.ଏପଂ.ଋ ୩, ଓଡ୍ରାପଂର ୪ ଓ ଅଗ୍ନିଶମର ୧୪ଟି ବୋଟ ରିଲିପଂ କାର୍ଯ୍ୟରେ ନିୟୋଜନ ହୋଇଚ୍ଥି । ୭୭ ଗୋଟି ବୋଟ ମଧ୍ୟ କାର୍ଯ୍ୟରେ ଲାଗିଚ୍ଥି । ୩୦୯୪୮୨ ପଶୁ ସମ୍ପଦ ପ୍ରଭାବିତ ହୋଇଚ୍ଥନ୍ତି । ୭୫୩୭୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତର ଆଶଙ୍କା ଦେଖାଦେଇଚ୍ଥି । ବର୍ତମାନ ସୁଦ୍ଧା ୬୯୪୫.୭୭୫ କ୍ୱିଣ୍ଟାଲ ଚାଉଳ, ୧୬୩୫.୯ କ୍ୱିଣ୍ଟାଲ ଚୁଡା, ୧୬୫.୮୬ କ୍ଟିଣ୍ଟାଲ ଗୁଡ, ୩୧୪.୨୫ ମେଟ୍ରିକ ଟନ୍ ଗୋ-ଖାଦ୍ୟ, ୭୧୧୨୬ ହାଲୋଜିନ ବଟିକା, ୫୩୫୭୧ ଓ.ଆର.ଏସ୍‌. ପ୍ୟାକେଟ, ୬୫୬୦୦୦ ପ୍ୟାକେଟ୍ ପାଣି ପାଉଚ ବଣ୍ଟନ ହୋଇଚ୍ଥି । ୧୮ଟି ମେଡିକାଲ ଟିମ୍ ଓ ୬୨ଟି ମୋବାଇଲ ଟିମ୍ ମାଧ୍ୟମରେ ଚିକିତ୍ସା ଓ ୧୦ଟି ଟିମ୍ ମାଧ୍ୟମରେ ଲୋକମାନଙ୍କର ଓ ପଶୁ ସମ୍ପଦର ଚିକିତ୍ସା କରାଯାଇଚ୍ଥି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close