ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ସମାଜସେବୀ ଚନ୍ଦ୍ରମଣି ସାମଲଙ୍କ ୭୩ତମ ଜନ୍ମ ଦିବସ ପାଳିତ

ବ୍ୟାସନଗର, ୧୯/୧୦(ଉ. ନ୍ୟୁଜ୍ ବ୍ୟରୋ): ବ୍ୟାସନଗର ପୈାର ପରିଷଦ ଅଂଚଳର ବରିଷ୍ଠ ସମାଜସେବୀ, ବିଶିଷ୍ଠ ଶ୍ରମିକ ନେତା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବହୁ ଅନୁଷ୍ଠାନ ଓ ପୂଜା କମିଟିରେ ମୁଖ୍ୟ ପଦପଦବୀରେ ରହି ପରିଣତି ବୟସରେ ଯୁବକମାନଙ୍କୁ ପଛରେ ପକାଇ ସମାଜସେବାମୂଳକ କାର୍ଯ୍ୟରେ ସଦାସର୍ବଦା ନିମଗ୍ନ ହୋଇ ଉଦାହରଣ ରଚିଥିବା ଚନ୍ଦ୍ରମଣି ସାମଲଙ୍କ ୭୩ତମ ଜନ୍ମୋତ୍ସବ ସହରର ବହୁ ଅନୁଷ୍ଠାନ ପାଳନ କରିଛନ୍ତି । ଏହି ଦିନ ଶ୍ରୀ ସାମଲ ମଧ୍ୟ ନିଆରା ଢ଼ଙ୍ଗରେ ତାଙ୍କ ଜନ୍ମ ଦିବସକୁ ପାଳିଛନ୍ତି । ସେ ବହୁ ଦୁଃଖି ରଙ୍କିଙ୍କୁ ଏହି ଅବସରରେ ଶାଢ଼ୀ, ମିଷ୍ଠାନ ଆଦି ବଂଟନ କରି ତାଙ୍କର ଜନ୍ମ ଦିବସକୁ ପାଳିଥିବାର ଦେଖାଯାଇଥିଲା । ସକାଳେ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମଂଚ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ମଂଚର ଉପସଭାପତି ଡ଼ା. ନୃସିହଂ ଚରଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହାକୁ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୈାରପାଳ ତଥା ବରିଷ୍ଠ ବିଜେଡ଼ି ନେତା ରସାନନ୍ଦ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୈାର ପରିଷଦର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, କାଉନସିଲର ମନୀନ୍ଦ୍ର କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ଜ୍ଞାନରଂଜନ ରାଉତ, ଲମ୍ବୋଦର ମଲ୍ଲିକ, ଡ଼ଃ. ନିକୁଞ୍ଜ ବିହାରୀ ଧଳ, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, ମହେଶ୍ୱର ପ୍ରଧାନ, ସନ୍ଧ୍ୟରାଣୀ ଜେନା, ବିନୋଦିନୀ ବଳ, ଶଙ୍କର୍ଷଣ ସାହୁ, ଘନଶ୍ୟାମ ରାଉତ, ପ୍ରଫୁଲ୍ଲ କୁମାର ନାୟକ, ସୁରେଶ ଭାରତୀ, ଗଣନାଥ ମହାରଣା, ପିତାମ୍ବର ଦାଶ, କାର୍ତିକ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ତାଙ୍କର ବହୁବିଧ ଗୁଣ ସଂର୍ପକରେ ଆଲୋଚନା କରିଥିଲେ । ଅପରାହ୍ନରେ ‘କଳିଙ୍ଗନଗର ପୁସ୍ତକ ମେଳା କମିଟି’ ତରଫରୁ ସ୍ଥାନୀୟ ହୋଟେଲ ଭୀମସେନ ପ୍ୟାଲେସ ଠାରେ ଏହା ପାଳିତ ହୋଇଥିଲା । ଏଥିରେ ପୁସ୍ତକ ମେଳା କମିଟିର ସଭାପତି ବିଦ୍ୟାଧର ମହାନ୍ତି, ସଂପାଦକ କୁଶଚନ୍ଦ୍ର ପ୍ରଧାନ, ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି, ସାମ୍ବାଦିକ ପବିତ୍ର ରଂଜନ ମହାନ୍ତି, ବ୍ରଜେଶ୍ୱରୀ ସିଂହ, ଯୁଗପ୍ରଭା ସାବତ, ଅଭିମନ୍ୟୁ ମିଶ୍ର, ବିକାଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ‘ଉଦୟବଟ’ ତରଫରୁ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏହା ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଠ ସାହିତ୍ୟିତ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ସାଇ ସେବା ସଂସ୍ଥାର ବରିଷ୍ଠ ସଂଗଠକ ରାହାସ ବିହାରୀ ପଣ୍ଡିତ୍‌, ସମାଜସେବୀ ସମୀର କୁମାର ମିଶ୍ର, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, ହରଦୟାଲ ସିଂହ, ହିନ୍ଦୁ ସୁରକ୍ଷାସେନାର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ସନାତନ ମଲ୍ଲିକ, ଗୋଲାପ ମଲ୍ଲିକ, ମନୋରଂଜନ ଦାସ, ସୁମିତ୍ରା ମିଶ୍ର, ଶାନ୍ତିଲତା ରାଉତ, ମିଟି ମହାରଣା ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ସାମଲଙ୍କ ନିରାମୟ ଜୀବନ କାମନା କରିବା ସଂଗେ ସଂଗେ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ । ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ବିଦ୍ୟୁତ୍ ବିତରକ ସଂସ୍ଥା ‘ନେସ୍କୋ’, ଯାଜପୁରରୋଡ଼ରେ ଦାୟିତ୍ୱର ସହ ଡିଭିଜନାଲ କ୍ୟାସିୟର ଭାବେ ସୁଚାରୁରୂପେ କାର୍ଯ୍ୟକରି ସେ ୨୦୧୦ ମସିହାରେ ଚାକିରୀରୁ ଅବସର ଗ୍ରହଣ କଲା ପରେ ସମାଜସେବାରେ ମନୋନିବେଶ କରିଥିଲେ । ପରେ ଅଧିକରୁ ଅଧିକ ସଂସ୍ଥାରେ ଜଡ଼ିତ ହୋଇ ସେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସହ ଅଭାବୀ, ଦୁôଖିରଙ୍କିଙ୍କୁୁ ଆଦିକୁ ମଧ୍ୟ ନିଜ ସାମର୍ଥ ମତେ ସାହାର୍ଯ୍ୟ ସହଯୋଗ କରିଆସୁଛନ୍ତି । ସହରର ବିଭିନ୍ନ ସଂଗଠନମାନଙ୍କର ଜଣେ ମୂରବି ଭାବେ ପରିଚିତ ଶ୍ରୀ ସାମଲ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଉତମ ସଂର୍ପକରେ ରହିଆସିଛନ୍ତିି । ତାଙ୍କର ଜନ୍ମ ଦିବସକୁ ଆଗ୍ରହର ପାଳନ କରିଥିବା ବହୁ ସଂଗଠନ, ଶୁଭେଚ୍ଛୁ, ବନ୍ଧୁ ଆଦି ସହରରେ ଶ୍ରୀ ସାମଲଙ୍କ ପରି ଜଣେ ଆଦର୍ଶ ସମାଜସେବୀଙ୍କ ଜନ୍ମ ଦିନ ପାଳନ କରି ଖୁସିର ବାର୍ତା ଦେବା ସହ ଏକ ନୂତନ ପରମ୍ପରା ସୃଷ୍ଟି କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close