ଆନନ୍ଦପୁର ନଦୁଆଁରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଆନନ୍ଦପୁର,୩୧/୦୭(ନି ପ୍ର) :ବିଜେପିର ନୂତନ ଅବତାର କୁ ନେଇ ରାଜ୍ୟ ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା।ସହିଦଙ୍କୁ ସମ୍ମାନ ଆମ ସରକାରର ଦାୟିତ୍ୱ। ଯବାନ ଦେଶର ସୁରକ୍ଷା କରନ୍ତି।ଆବଶ୍ୟକ ପଡିଲେ ଦେଶ ପାଇଁ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରନ୍ତି। ଏହା ହିଁ ଶ୍ରେଷ୍ଠ ବଳିଦାନ। ସହିଦ ଯବାନଙ୍କ ପରିବାରର ସୁରକ୍ଷା ଓ ସେମାନଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ ପାଇଁ ମୋଦି ସରକାର ସର୍ବଦା ଚେଷ୍ଟିତ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ନିଜର ଆନନ୍ଦପୁର ଗସ୍ତ ସମୟରେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତ ନଦୁଆଁ ଗ୍ରାମରେ ସହିଦ ବ୍ରଜମୋହନ ବେହେରାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ ଶ୍ରୀ ମୁଣ୍ଡା ସହିଦଙ୍କ ପରିବାରକୁ ଯାଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସହିଦଙ୍କ ପତ୍ନୀ କହିଥିଲେ ଯେ, କେନ୍ଦ୍ର ସରକାର ଆମକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି କିନ୍ତୁ ମିଳିବାକୁ ଥିବା ଜମି ଏଯାଏଁ ସ୍ଥାନୀୟ ପ୍ରଶାସନ ଦେଉ ନାହିଁ ବୋଲି ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସେ ନିଜେ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗଣମାଧ୍ୟମକୁ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ସହିଦଙ୍କ ପୁଅଝିଅ, ସହିଦଙ୍କ ଭାଇ ରାଜକିଶୋର ବେହେରା, ବିଜେପି ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦୁଝର ଲୋକସଭା ପ୍ରଭାରୀ ରଞ୍ଜନ ମହାନ୍ତି, ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ, ଜିଲ୍ଲା ସଭାପତି ସବୁଜ ମହାନ୍ତ, ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ପୃଥ୍ୱୀରାଜ କୁଅଁର, ଶମ୍ଭୁନାଥ ରାଉତ, ଦେବେନ୍ଦ୍ର ଜେନା, ଅମର ସିଂ, ମହିଳା ମୋର୍ଚ୍ଚା ସଭାନେତ୍ରି ମମତା ସିଂ, ପ୍ରଣବ ପୁହାଣ, ବାବନ୍ ଭୂୟାଁ, ଦୀପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଧବଳେଶ୍ଵର ସାହୁ, ରୁଦ୍ର ଜେନା, ବିଜୟ ବେହେରା, ପ୍ରଶାନ୍ତ ସାହୁ, ସ୍ଵାଧୀନ ସାହୁ, ପ୍ରକାଶ ମଲ୍ଲିକ, ହେମରଞ୍ଜନ ବାରିକ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆନନ୍ଦପୁର ବ୍ଲକ ଗୁହାଳିଆ ଗ୍ରାମ ଅନାଦି ଜେନାଙ୍କ ବାସଭବନରେ ଭୋଜନ କରିଥିଲେ। ଶେଷରେ ମନ୍ତ୍ରୀ ଶ୍ରୀ ମୁଣ୍ଡା ବେଲବାହାଳିରେ ପଦଯାତ୍ରାରେ ସାମିଲ ହୋଇଥିଲେ। ତେବେ ବର୍ତ୍ତମାନ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପୁତ୍ର ଏବଂ ବିଜେଡି ରାଜ୍ୟ ଯୁବ ଉପସଭାପତିଙ୍କ କଳି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଠିକ୍ ସେହି ସମୟରେ ବିଜେପିର ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଘନଘନ ଗସ୍ତ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ନଇ ପଡିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ ଏବଂ ଦୁଇଟି ବିଲେଇ ଝଗଡ଼ା ଲାଗିଲେ ମାଙ୍କଡ ର ଲାଭ ଷ୍ଟ୍ରାଟେଜି କୁ ବ୍ୟବହାର କରି ୨୦୨୪ ରେ ନିର୍ବାଚନ ରଣାଙ୍ଗନା ରେ ଅବତୀର୍ଣ୍ଣ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରୁଛନ୍ତି। ଅନ୍ୟପଟେ ବିଜେପି ଚାଣକ୍ୟ ଅମିତ ସାହାଙ୍କ ଓଡ଼ିଶା ଗ୍ରସ୍ତ ପୂର୍ବରୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉପରେ ଇଡ଼ି ର ଆକ୍ରମଣ ରାଜ୍ୟ ରାଜନୀତି ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଠିକ୍ ସେହିପରି ଘଷିପୁରା ନିର୍ବାଚନ ମଣ୍ଡଳୀରେ ବିଜେପିର ଷ୍ଟ୍ରାଟେଜି କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏଥିରେ ବିଜେପି କେତେ ମାତ୍ରାରେ ସଫଳ ହୋଇପାରିବ ତାହା ୨୦୨୪ ନିର୍ବାଚନ ପରେ ସ୍ପଷ୍ଟ ହୋଇପାରିବ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close