କୋଭିଡର ଦୁଇ ବର୍ଷ ପରେ ପୂର୍ବ ପରି ଶତ ପ୍ରତିଶତ ସିଲାବସରେ ହେଲା ସି.ବି.ଏସ୍‌.ଇ ଦଶମ ପରୀକ୍ଷା

ଯାଜପୁର/ବ୍ୟାସନଗର;୧୬/୦୨(ନି ପ୍ର ) : ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ ଦେଭ ଇଣ୍ଟର ନେସନାଲ ସ୍କୁଲରେ ସିବିଏସ୍‌ଇ ଦଶମ ପରୀକ୍ଷାର ପ୍ରଥମ ଦିନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି।ଚଳିତ ବର୍ଷ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ରେ ୨୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ଆଜି ପ୍ରଥମ ପରୀକ୍ଷାରେ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ। ବ୍ୟାସନଗର ଅଞ୍ଚଳରେ ଥିବା ଗ୍ଲୋରୀୟସ ଇଂଲିଶ ମିଡିୟମ ସ୍କୁଲର ୯୩ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ୯ଟାରୁ ୧୦ଟା ମଧ୍ୟରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ। ଦିନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇ ୧୨:୩୦ ମିନିଟରେ ଶେଷ ହୋଇଥିଲା। କୋଭିଡର ଦୁଇ ବର୍ଷ ପରେ ସ୍ୱାଭାବିକ ପରିସ୍ଥିତିରେ ପୂର୍ବ ପରି ଶତ ପ୍ରତିଶତ ସିଲାବସ୍ ରେ ପିଲାମାନେ ପରୀକ୍ଷା ଦେଇଛନ୍ତି। କ’ଣ ଲେଖିବେ, କିଭଳି ପ୍ରଶ୍ନ ଆସିବ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଥିଲେ ପରୀକ୍ଷାର୍ଥୀ। ମାତ୍ର ପରୀକ୍ଷା ସରିବା ପରେ ସମସ୍ତଙ୍କ ମୁହଁରେ ଥିଲା ଖୁସିର ବାତାବରଣ। ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀ ବେଶ ସନ୍ତୋଷ ପ୍ରକାଶ କରିଥିଲେ।ପ୍ରଥମ ଦିନ ପରୀକ୍ଷା ଲାଗି ବୋର୍ଡ ତଥା ବିଦ୍ୟାଳୟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସୁରୁଖୁରୁରେ ସବୁ କିଛି ଶେଷ ହୋଇଛି। ପରୀକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା କ୍ଷଣି ପରୀକ୍ଷାର୍ଥୀଙ୍କ ଯାଞ୍ଚ କରାଯାଇ ହଲ୍‌କୁ ଛଡ଼ା ଯାଇଥିଲା। ହଲ୍‌ ଭିତରେ ପୁଣିଥରେ ଯାଞ୍ଚ ହୋଇଥିଲା। ସମସ୍ତ କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇ ପରୀକ୍ଷାର୍ଥୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ପିଲାଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବା ପରେ ଅଭିଭାବକ ମହଲରେ ଏକ ଆନନ୍ଦର ଲହରୀ ଦେଖିବାକୁ ମିଳିଥିଲା।ଆଗାମୀ ପରୀକ୍ଷା କୁ ନେଇ ବିଦ୍ୟାଳୟ କତୃପକ୍ଷ ଛାତ୍ର ଛାତ୍ରୀଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close