
ସାପଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ
ବ୍ୟାସନଗର,୨୭/୩ (ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ସାପଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ବାର୍ଷିକୋତ୍ସବ ‘ୟୁଫୋରିଆ-୨୦୨୫’ ବିଦ୍ୟାଳୟ ପରିଚାଳନା କମିଟିର ଉପ-ସଭାପତି ଶେକ୍ ମତ୍ଲୁବଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଞ୍ଜିତ୍ କୁମାର ମହାପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଅଭିବାବକ ତଥା ବିଦ୍ୟାଳୟ ପରିଚାଳନା କମିଟିର ଉପଦେଷ୍ଟା ତପନ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରେଇ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ, ମୁଖ୍ୟବକ୍ତା ଭାବେ ‘ଉଦୟବଟ’ର ସଂପାଦକ ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ଜେନା ଓ ଶିକ୍ଷାବିତ୍ ତଥା କବୟତ୍ରୀ ସନ୍ଧ୍ୟାରାଣୀ ଘଡ଼ାଇ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ସ୍ତରରେ ଉଦ୍ୟମ କରାଯିବାକୁ କହିଥିଲେ । ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡିକ କିପରି ସହାୟକ ହେଉଛି ସେ ସଂର୍ପକରେ ଅତିଥିମାନେ ମୂଲ୍ୟବାନ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ, ଆମ ସଂସ୍କୃତି ଆସ ଖେଳିବା, ଭାଷା ଦିବସ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ କପ ପ୍ରଦାନ କରି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ ଲଳିତା ପତି, ନମିତା ଘଡ଼ାଇ, ଧର୍ମେନ୍ଦ୍ର କୁମାର ରାଉତ, ସାବିତ୍ରୀ ସାହୁ, ସୁକାନ୍ତି ଦାଶ, ଶୁଭ୍ରାରାଣୀ ପାତ୍ର, ସୁବାସ ବଳ ପରୀକ୍ଷା, ବିଶ୍ୱଜୀତା ରଥ, ସୁନନ୍ଦା ନାୟକ, ବିଦ୍ୟୁତ୍ଲତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ପ୍ରତିମା ମଂଜରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।