ସହୋଦୟ ଇଣ୍ଟର ସ୍କୁଲ ବିଜ୍ଞାନ ପ୍ରଦର୍ଶନୀ ପ୍ରତିଯୋଗିତାରେ ଦେବ ଇଣ୍ଟରନ୍ୟାସନାଲ ସ୍କୁଲକୁ ପ୍ରଥମ ପୁରସ୍କାର

ବ୍ୟାସନଗର;୧୯/୦୧(ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବ୍ୟାସନଗର ପବ୍ଲିକ ସ୍କୁଲର ଖେଳପଡିଆରେ ବିଭିନ୍ନ ସ୍କୁଲର ପିଲାମାନଙ୍କ ଦ୍ଵାରା ବିଜ୍ଞାନ ମେଳା ସହିତ ଖାଦ୍ୟ ପରିବେଷଣ ଓ ସାଂକୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି ସହୋଦୟ ଇଣ୍ଟର ସ୍କୁଲ ବିଜ୍ଞାନ ପ୍ରଦର୍ଶନୀ ପ୍ରତିଯୋଗିତାରେ ଦେବ ଇଣ୍ଟରନ୍ୟାସନାଲ ସ୍କୁଲକୁ ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଛି। ସ୍କୁଲର ପ୍ରିନସିପାଲ ଡ଼ ଦେବସ୍ମିତା ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡ଼ ପ୍ରସନ୍ନ ସାହୁ ଓ ଡ଼ ଅଶୋକ ପ୍ରିୟଦର୍ଶି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ , ବିଜ୍ଞାନ ଶିକ୍ଷା, ଖାଦ୍ୟ ର ଗୁରୁତ୍ୱ ଉପରେ ଛାତ୍ର ଛାତ୍ରୀ ଓ ଅଭିଵାବକ ମାନଙ୍କୁ ଉଚିତ ପରାମର୍ଶ ଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ତାପସ ମନ୍ତ୍ରୀ, ପରିଚାଳନା କମିଟି ର ସଭାପତି ଭାରତ ଭୂଷଣ ଦେଓ, ପୂର୍ବତନ ପୌରଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ୍ୟ ସୌରଭମୟ ଦାସ ଅଧିକାରୀ, ଯାଜପୁର ରୋଡ ଉପ ଡାକଘର ପରିଚାଳକ ଦେବ ରଞ୍ଜନ ଦେଓ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ପୁନପୁନ ଦାସ,ଅଧ୍ୟାପକ ଦିଲୀପ ବେହେରା, ଇଂ କେ ଏଲ ସାହୁ ଓ ପରିଚାଳନା କମିଟି ର ସଦସ୍ୟ ଉଷାମଞ୍ଜରୀ ସାହୁ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉଚିତ ମାର୍ଗରେ ଶିକ୍ଷା ପ୍ରଦାନ କରିବା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେବା ସହିତ ପିଲାମାନଙ୍କ ଓ ସ୍କୁଲ ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ବିଜ୍ଞାନ ପ୍ରଦର୍ଶନୀ ରେ ବିଦ୍ୟାଳୟର ବିଶ୍ୱଜିତ ଦାସ,ଶୁଭମ୍ ସେନାପତି,ଅଂଶିକା ଜେନା,ସୁହାନି ମହାନ୍ତି ପ୍ରଥମ ସ୍ଥାନ ପ୍ରାପ୍ତ କରି ପୁରସ୍କୃତ ହୋଇଥିଲେ। ପିଲାଙ୍କୁ ପ୍ରଦର୍ଶନୀରେ ଗାଇଡ କରିଥିଲେ ସତ୍ୟନାରାୟଣ ପଣ୍ଡା, ପ୍ରଶାନ୍ତ ସାହୁ। ଛାତ୍ର ଛାତ୍ରୀ ମାନଙ୍କର ଏଭଳି ପ୍ରତିଭାକୁ ପ୍ରଶଂସା କରିଥିଲେ ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ, ବଲବିର ସିଂ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close