ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ

ବାଲେଶ୍ବର ; ୨୪/୦୭ (ସନ୍ତୋଷ କୁମାର ରଥଙ୍କ ଠାରୁ ) : ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ହୋଇଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଥିଲା । ସିମୂଳିଆ ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଥିଲା । ଏନକାଉଣ୍ଟର ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଆଜି ହାଇଦରକୁ ଚୌଦ୍ୱାରରୁ ବାରିପଦା ଜେଲ ନିଆଯାଉଥିଲା । ହାଇଦରକୁ ଜଣେ ଇନ୍ସପେକ୍ଟର, ଜଣେ ଏସଆଇ, ଏକ ସେକ୍ସନ ଫୋର୍ସ ନେଉଥିଲେ । ଦିନ ୩ଟା ୨୦ରେ ପରିସ୍ରା ଯିବ ବୋଲି କହିଥିଲା ହାଇଦର । ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା।ଘଟଣା ସ୍ଥଳରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। ଗୁଳିଟି ତାର ପେଟରେ ବାଜିଥବା କୁହାଯାଇଛି। ତାଙ୍କୁ ୱାଣ୍ଣିଂ ଦିଆଯାଇଥିଲେ ବି ମାନିନଥିଲା ହାଇଦର । ଶେଷକୁ ବାଧ୍ୟହୋଇ ପୋଲିସ ଗୁଳି କରିଥିଲା ବୋଲି ଡିସିପି କହିଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅପରାହ୍ଣ ପ୍ରାୟ ୪ଟା ​‌ସମୟରେ ତାକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ସନ୍ଧ୍ୟା ୬.୩୦ରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲା। ଏହି ଗୁଳିକାଣ୍ଡ ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପୁରା ଡାକ୍ତରଖାନା ପୁଲିସ ଛାଉଣିରେ ପରିଣତ ହୋଇ ଯାଇଥିଲା। ପୂରା ସହରକୁ ପୁଲିସ ଛାଉଣି କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ହାଇଦରର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଥରେ ହାଇଦର୍‌ ପୋଲିସ୍‌କୁ ଚକ୍‌ମା ଦେଇ ଖସି ପଳାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ମାଲିକ୍ ସୁଲେମାନ୍‌ର ଭାଇ ସେକ୍ ଚୁନା ହତ୍ୟାକାଣ୍ଡ ଓ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ଅପହରଣ ପରେ ହତ୍ୟା କରିଥିବା ଘଟଣାରେ ହାଇଦର ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରା ଦୋଷୀ ପ୍ରମାଣିତ ହୋଇଥିଲା ହାଇଦର।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close