ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ସହିଦମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୀପଦାନ

ଆଜ ତା 25/4/25/(ବୁଧ ବାର )କାଶ୍ମୀରରେ ଆତଙ୍କବାଦୀମାନଙ୍କ ଗୁଳି ମାଡ଼ରେ ସହିତ ହୋଇଥିବା ହିନ୍ଦୁମାନଙ୍କୁ ଆଜି ଗୋପବନ୍ଧୁ ଛକ ଠାରେ ବଜରଙ୍ଗ ଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ରଙ୍କ ଅଧକ୍ଷତରେ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ସହିଦମାନଙ୍କ ଆତ୍ମା ସଦଗତି ନିମନ୍ତେ ଦୀପଦାନ ସହିତ ପାଞ୍ଚ ଥର ମହା ମୃତୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା.ପାକିସ୍ତାନ ର ଆତଙ୍କ ବାଦ କାର୍ଯ୍ୟ କଳାପ ଓ ହିନ୍ଦୁ ମାନଙ୍କୁ ଚିହ୍ନଟ କରି ଗୁଳି କରିବାକୁ ସଂଗଠନ ତରଫରୁ ଘୋର ନିନ୍ଦା କରାଯାଇ ପାକିସ୍ତାନ ପତାକା କୁ ଗୋଡ଼ରେ ଦଳି ମକଚି ପୋଡ଼ାଯାଇଥିଲା. ଶେଷରେ ସରକାରଙ୍କ ନିକଟରେ ଦାବି କରାଯାଇଥିଲା ଭାରତରେ ଯେଉଁ ଅନୁପ୍ରବେଶ କରି ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଦେଶରୁ ବିଦା କରାଯାଉ. ଏହି ପ୍ରତିବାଦ ସଭାରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି. ବଜରଙ୍ଗ ଦଳ ଜିଲ୍ଲା ସତସଙ୍ଗ ପ୍ରମୁଖ ପ୍ରଭାତ ଭୂୟାଁ. ଜିଲ୍ଲା ସହ ସୁରକ୍ଷା ପ୍ରମୁଖ ଅସିତ ଦାସ. ଭାରତୀୟ ଜନତା ପାର୍ଟି ଜିଲ୍ଲା ଉପ ସଭାପତି ପ୍ରସନ୍ନ ସାମଲ. ସଙ୍ଘ ଅଧିକାରୀ ସତ୍ୟଜିତ ଦାସ ଓ ଅନନ୍ତ କର. ସୁକିନ୍ଦା ପ୍ରଖଣ୍ଡ ସଂଯୋଜକ ପ୍ରଶାନ୍ତ ରଣା. ନଗର ସହ ସଂଯୋଜକ ସୁବାଷ ଜେନା.ମହେନ୍ଦ୍ର ମଲିକ. ସ୍ମୃତି ରଞ୍ଜନ ପଣ୍ଡା. ବ୍ରଜ ମୋହନ ପାତ୍ର. ଲିପୁ ନାୟକ. ଦିଲୀପ ସାହୁ. ମୁନା ନାୟକ.ଵାପିନା ନାୟକ. ରାଜୁ ମୁଣ୍ଡା. ପ୍ରଶାନ୍ତ ସେନାପତି.ରଜତ ସେଠି ଙ୍କ ସମେତ ଅଣଚାଳିଶି ଜନ କାର୍ଯ୍ୟକର୍ତା ଯୋଗ ଦେଇଥିଲେ.

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close