କଟକ ବନଖଣ୍ଡର ଯାଜପୁରରୋଡ ବନାଂଚଳ ପକ୍ଷରୁ ବନାଗ୍ନୀ ଓ ସୁରକ୍ଷା ଉପରେ କର୍ମଶାଳା

ବ୍ୟାସନଗର, ୦୪/୦୪ (ଉ.ନ୍ୟୁଜ୍ ବ୍ୟୁରୋ): କଟକ ବନଖଣ୍ଡ ଅଧିନସ୍ଥ ଯାଜପୁରରୋଡ ବନାଂଚଳ ତରଫରୁ ବନାଗ୍ନୀ ଓ ସୁରକ୍ଷା ଉପରେ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ କର୍ମଶାଳା ସ୍ଥାନୀୟ କଳିଙ୍ଗନଗର ଉନ୍ନୟନ କର୍ତୃପକ୍ଷଙ୍କ ସଭାଗୃହରେ ଆଜି ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କଟକ ବନଖଣ୍ଡର ସହକାରୀ ବନ ସରଂକ୍ଷକ (ଏ.ସି.ଏଫ୍‌) ସନ୍ତୋଷ କୁମାର ପତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କର୍ମଶାଳାରେ ଭାଗ ନେଇଥିବା ବନ ବିଭାଗ କର୍ମଚାରୀ, ସ୍କ୍ୱାର୍ଡ, ପାରା ସ୍କ୍ୱାର୍ଡ ଆଦିମାନଙ୍କୁ ବିକ୍ଷିପ୍ତ ଭାବେ ମାର୍ଗଦର୍ଶନ କରିବା ସହ କୃତିମ ଭାବେ ଜଂଗଲରେ ନିଆଁ ଲଗାଇ ଜଂଗଲ ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ପରାମର୍ଶ ଦେଇଥିଲେ । ଜଂଗଲରେ କିପରି ନିଆଁ ନ ଲାଗିବ ଓ ନିଆଁ ଲାଗିଲେ ତା’କୁ କିପରି ଯଥାଶୀଘ୍ର ପ୍ରଶମିତ କରାଯାଇପାରିବ ସେଥିଲାଗି ନୂତନ ଜ୍ଞାନ କୈାଶଳ ଆପଣେଇବାକୁ କହିଥିଲେ । ଶ୍ରୀଯୁକ୍ତ ପତି ବନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟପନ୍ଥା ବିଷୟରେ ତଥ୍ୟ ରଖିବା ସହ ବିଭାଗୀୟ ଅଧିକାରୀ ଏଗୁଡିକୁ ଭଲ ଭାବେ ପାଳନ କରିବାକୁ କହିଥିଲେ ।
 କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପରିବେଶବିତ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ ପ୍ରାକୃତିକ ଭାବେ ନିଆଁ ଲାଗି ହେଉଥିବା ଜଂଗଲ ହାନି ଠାରୁ କୃତିମ ଭାବେ ନିଆଁ ଲଗାଯାଇ ଅଧିକ ପରିମାଣରେ ଜଙ୍ଗଲ ହାନି ଘଟୁଥିବାରୁ ଘୋର ଉଦ୍‌ବେଗ ପ୍ରକାଶ କରି ବିଭାଗ ଏଥିପ୍ରତି ସଜାଗ ରହିବାକୁ ନିବେଦନ କରିଥିଲେ । ପ୍ରଗତିଶୀଳ ସମାଜ ପାଇଁ ଆଜି ବୃକ୍ଷ କଟା ମନ ଇଚ୍ଛା ଚାଲିଥିବା ବେଳେ ସେହି ପରିମାଣରେ ଓ ସେହି ଧରଣର ବୃକ୍ଷ ଅଧିକ ପରିମାଣରେ ଲଗାଇବାକୁ କହିଥିଲେ । ତାପମାତ୍ରାର ଅଭିବୃଦ୍ଧି, ଦୂଷିତ ପରିବେଶ, ବିଷମୟ ଖାଦ୍ୟ ସମୂହ, ସ୍ୱଚ୍ଛ ପବନ, ଅମ୍ଳଜାନ ଓ ପାଣିର ଅଭାବ ଆଦି ମନୁଷ୍ୟ ସମେତ ଅନ୍ୟ ପ୍ରଣୀମାନଙ୍କୁ ପ୍ରଭାବିତ କରିଚାଲିଛି । ତେଣୁ ଏହାକୁ ପ୍ରଶମିତ କରିବାକୁ ଖାଲି ବନ ବିଭାଗ କାହିଁକି ସବୁସ୍ତରରେ ଆନ୍ତରିକତାର ସହ ପ୍ରଚେଷ୍ଟା ହେବାକୁ ସେ ନିବେଦନ କରିବା ସହ ବନ ବିଭାଗର କାର୍ଯ୍ୟକୁ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମକୁ ସଂପାଦନ କରିବା ପାଇଁ ଯାଜପୁରରୋଡ ବନପାଳ (ଫରେଷ୍ଟର) ନିଲୀମା ପ୍ରିୟଦର୍ଶୀନି ନାୟକ ପ୍ରମୁଖ ଭୂମିକା ନିଭାଇଥିଲେ । କର୍ମଶାଳାରେ ବନପାଳ ଦୁଯ୍ରୋ୍ୟଧନ ବେଜ୍‌, ସାବିତ୍ରୀ ଦାସ, ବନ କର୍ମଚାରୀ ସସ୍ମିତା ସାମଲ, ଶକ୍ତିପ୍ରସାଦ ଷଡଙ୍ଗୀ, ପ୍ରିୟବ୍ରତ ମାରାଣ୍ଡି, ତ୍ରିଲୋଚନ ଦାଶ, ନିର୍ମଳ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଏହାପୂର୍ବରୁ ସକାଳେ ରଗଡ଼ି ନିକଟସ୍ଥ ଇଟ୍ଟାପୁର ଠାରେ ଥିବା କେନ୍ଦୀୟ ବିଦ୍ୟାଳୟରେ ବନ ବିଭାଗ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତାରେ ବିଦ୍ୟାଳୟର ଅଧ୍ୟକ୍ଷ କମଲେଶ କୁମାରଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବନପାଳ ଆନନ୍ଦ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close