ବଳ ସଂପ୍ରଦାୟ ପାଇଁ ମିଲିଟାରୀରେ ସ୍ୱତନ୍ତ୍ର ରେଜିମେଂଟ କରାଯିବାକୁ ଦାବୀ

ଯାଜପୁର,୧୩/୧୨: ରାଜା ଶାସନ ସମୟରେ ଏବଂ ପରେ ଇଂରେଜ ଶାସନାଧୀନ ଥିବା ବେଳେ ବଳ ସଂପ୍ରଦାୟର ବୀରତ୍ୱ ଦେଶର ଗୌରବ ଏବଂ ଗରିମା ବୃଦ୍ଧି କରିଛି । ଏହି ଲଢୁଆ ଜାତି ବେଶ ବଳୁଆ ଥିବାରୁ ସେମାନଙ୍କୁ ବଳ ଜାତିର ମାନ୍ୟତା ପ୍ରଦାନ କରାଯାଇ ଥିଲା । ତେଣୁ ଦେଶ ରକ୍ଷାରେ ସେମାନଙ୍କୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏଥିପାଇଁ ମିଲିଟାରୀରେ ବଳ ସଂପ୍ରଦାୟ ପାଇଁ ସ୍ୱତନ୍ତ୍ର ରେଜିମେଂଟ କରାଯିବାକୁ ଏହି ସଂପ୍ରଦାୟର ବୈଠକରେ ଦାବୀ କରିଛନ୍ତି ପୂର୍ବତନ ବିଧାୟକ ତଥା ରାଜାସାହେବ ଗୁରୁଚରଣ ଟୀକାୟତ
ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ବଳ ସଂପ୍ରଦାୟର ତୃତୀୟ ବୈଠକ ଆଜି ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଟୀକାୟତ କହିଥିଲେ ଯେ, ପ୍ରତ୍ୟେକ ଜାତିର ଗୋଟିଏ ନିର୍ଦ୍ଧିଷ୍ଟ ଇତିହାସ, ପରମ୍ପରା ଏବଂ ସଂସ୍କୃତି ରହିଛି । ଏହା ହିଁ ଗୋଟିଏ ଜାତିର ଅସଲ ପରିଚୟ । ଏହାର ବିକାଶ, ସୁରକ୍ଷା ଏବଂ ସମୃଦ୍ଧି ଆବଶ୍ୟକ । ଏହି ଧାରାରେ ବଳ ସଂପ୍ରଦାୟ ନେଇ ଭାରତ ଏବଂ ବିଶ୍ୱ ଇତିହାସରେ ବହୁ ଗରିମା ରହିଛି । ଦୀର୍ଘ ଦେଢ ହଜାର ବର୍ଷ ଧରି ଏହି ସଂପ୍ରଦାୟ ଶକ୍ତିଶାଳୀ ଯୋଦ୍ଧା ଶ୍ରେଣୀର ବୋଲି ଇତିହାସରେ ପ୍ରମାଣ ରହିଛି । ଏହାକୁ ଏକତ୍ରିକରଣ କରିବା ସହ ଏହି ଜାତିକୁ ତା’ର ସମୃଦ୍ଧ ଇତିହାସକୁ ମନେ ପକାଇ ସେମାନଙ୍କ ମଧ୍ୟରେ ଅଧିକ ଦେଶ ଏବଂ ଜାତିପ୍ରେମ ଜାଗ୍ରତ କରାଯିବା ଆବଶ୍ୟକ । ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ବଳ ସଂପ୍ରଦାୟର ସମସ୍ତଙ୍କୁ ଯୋଗାଯୋଗ କରାଯାଇ ୨୦୨୧ ମସିହା ସୁଦ୍ଧା ସେମାନଙ୍କୁ ନେଇ ଏକ ବଡ ଧରଣର ସଂଗଠନ ଗଢି ତୋଳିବାକୁ ନିଷ୍ପତି ହୋଇଥିଲା । ଏଥିରେ ସର୍ବଶ୍ରୀ ଅଶୋକ ବଳ (ବୁଲୁ ବାବୁ), ଜଗନ୍ନାଥ ବଳ, ଉପେନ୍ଦ୍ର ବଳସାମନ୍ତ, ମନ୍ଦାକିନୀ ଜେମା, ନୀରଞ୍ଜନ ବଳସାମନ୍ତ, ରୁଦ୍ର ମାଧବ ବଳସାମନ୍ତ (ଟୁଟୁ), ସୁର ବଳସାମନ୍ତ, ଆଦିତ୍ୟ ବଳସାମନ୍ତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ । ଆସନ୍ତା ୨୦୨୧ ଜାନୁୟାରୀ ୧୭ ତାରିଖରେ ବଡଚଣା ବ୍ଲକ ଅସିହାଗଡରେ ପରିବର୍ଦ୍ଧିତ ବୈଠକ ହେବାକୁ ସ୍ଥିର ହୋଇଛି । ଆଜିର ବୈଠକରେ ବହୁ ସଂଖ୍ୟାରେ ବଳ ସଂପ୍ରଦାୟର ଲୋକମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close