ସାମ୍ଭାବ୍ୟ ବାତ୍ୟା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ଯାଜପୁର, ୨୦ା୫ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ବାତ୍ୟାର ପୂର୍ବାନୁମାନ କରାଯାଇଥିବାରୁ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଚ୍ଥନ୍ତି । ସେହି ଆଧାରରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଅଚ୍ଥି । ଏ ସଂପର୍କରେ ଗୁରୁବାର ପୂର୍ବାହ୍ନରେ ଜୁମ୍ ମୋଡରେ ଏକ ବୈଠକ ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବାତ୍ୟାର ସ୍ପଷ୍ଟ ଚିତ୍ର ଯଦିଓ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇନାହିଁ ତେବେ ଏଥିପାଇଁ ଗ୍ରାମ୍ୟ ସ୍ତରରୁ ବ୍ୟାପକ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଅନୁଧ୍ୟାନ, ଆବଶ୍ୟକ ସ୍ଥଳେ ମରାମତି, ଆବଶ୍ୟକୀୟ ଦ୍ରବ୍ୟର ଉପଲବ୍ଧ, ଉପଲବ୍ଧ ଥିବା ବୋଟ୍, ଆସ୍କା ଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ସ୍ଥିତି ନିରୀକ୍ଷଣ ପାଇଁ ପରାମର୍ଶ ଦେଇଥିଲେ । ଅଗ୍ନିଶମ ବିଭାଗ ନିଜର ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଯେଉଁ କୃଷକମାନଙ୍କର ବର୍ତମାନ ଚାଷ କରିଥିବା ଧାନ ଓ ଅନ୍ୟାନ୍ୟ ପଂସଲ ଅମଳ ଯୋଗ୍ୟ ହୋଇଗଲାଣି ସେ ଗୁଡିକୁ ତୁରନ୍ତ ନିରାପଦ ସ୍ଥାନକୁ ଆଣିବା ସହ କୃଷି ବିଭାଗ ସମସ୍ତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ୯ ଗୋଟି ବ୍ଳ୍କରେ ୨୬ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ରହିଚ୍ଥି । ଏହି ଆଶ୍ରୟସ୍ଥଳ ଗୁଡିକୁ ପରିଷ୍କାର, ବିଦ୍ୟୁତ, ପାନୀୟ ଜଳ, ଖାଦ୍ୟର ବ୍ୟବସ୍ଥା କରାଯିବ । ଜିଲ୍ଲା ଓ ବ୍ଳ୍କ ସ୍ତରରେ ଚବିଶି ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ ଅସ୍ଥାୟୀ ରହଣି ସ୍ଥଳ କରାଯିବ । କରୋନା ଯେହେତୁ ଜାରି ରହିଚ୍ଥି ତେଣୁ ଯଥା ସମ୍ଭବ ମାର୍ଗଦର୍ଶିକାର ଅନୁପାଳନ ସହ କୋଭିଡ ଟେଷ୍ଟ କରାଇପାରିବା, ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ସେଚ୍ଚ୍ଥାସେବୀ ସଂଗଠନ ଓ ପଂଚାୟତ ଲୋକ ପ୍ରତିନିଧିମାନେ ସହଯୋଗ କରିବେ । ଏହି କାର୍ଯ୍ୟରେ ଊଭୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଗଲା । ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମମାନଙ୍କର ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଯଥାଶିଘ୍ର ଉଦ୍ଧାର କରାଯିବ । ବାତ୍ୟା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ଚ୍ଥୁଟି ବାତିଲ କରାଗଲା । ତେଣୁ କୈାଣସି କର୍ମଚାରୀ ବିନା ଅନୁମତିରେ ସଦର ମହକୁମା ଚ୍ଥାଡିପାରିବେ ନାହିଁ । ବାତ୍ୟା ସଂପର୍କିତ ତଥ୍ୟକୁ ଜନହିତରେ ସାର୍ବଜନୀନ କରାଯିବ । ଗତ ବିପର୍ଯ୍ୟୟ ଭଳି ଆବଶ୍ୟକତା ପାଇଁ ନିରାପଦ ସ୍ଥାନରେ ଜେସିବି ଗୁଡିକ ରଖାଯିବ ଯାହା ପଂଳରେ ଗଚ୍ଥ ପଡିଲେ ବା କୈାଣସି ଠାରେ ରାସ୍ତା ଅବରୋଧ ହେଲେ ତୁରନ୍ତ ଅପସାରଣ କରାଯାଇପାରିବ । ବିଦ୍ୟୁତ ଓ ଯୋଗାଯୋଗ ବ୍ୟବସ୍ଥାକୁ ଯଥା ସମ୍ଭବ ଶିଘ୍ର ସଂଯୋଗର ପଦକ୍ଷେପ ନିଆଯିବ ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ପାଇଁ ଜେନ୍ସେଟ, ଆସ୍କା ଲାଇଟର ବ୍ୟବସ୍ଥା କରାଯିବା, ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଥିବାରୁ କ୍ଷତିଗ୍ରସ୍ତ ଅଂଚଳରୁ ଯଥାଶ୍ରଘ୍ର ଲୋକ ଓ ଜୀବ ଜନ୍ତୁଙ୍କୁ ନିରାପଦ ସ୍ଥାନକୁ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହେଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂ, ଏସ୍.ପି. ଋାହୁଲ ପି.ଆର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ସାଧାରଣ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।