ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରନା ଟୀକାରେ ବ୍ୟାପକ ଅନିୟମିତତା

ଯାଜପୁର ; ୧୪/୦୭ (ଶୁଭେନ୍ଦୁ ନାୟକଙ୍କ ଠାରୁ): ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରନା ଟୀକାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି l ପ୍ରତିଦିନ ଟୁକନ ପାଉଥିବା ଲୋକଙ୍କୁ ଟୀକା ଦିଆ ନଯାଇ ଅନ୍ୟ ଲୋକଙ୍କୁ ବିକୁଥିବା ଅଭିଯୋଗ କରିଛନ୍ତି ଲୋକେ l ସୂଚନା ମୁତାବକ ରାତିରୁ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ଟୁକନ ଦିଆଯାଇଥିଲା l କିନ୍ତୁ ଦିନ ୨ଟା ପରେ ଟୀକା ଆଉ ନାହିଁ ଆଜି ସରିଗଲା କାଲି ଆସି ଟୀକା ନେବ କହିଥିଲେ ଡାକ୍ତରଖାନା କର୍ମଚାରୀ l ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା l ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ଏବଂ ଏଥିରୁ ବଂଚିତ ଥିବା ଲୋକମାନେ ଟୀକା ନେଇଥିଲେ l ତେବେ ଏଠି ପ୍ରଶ୍ନ ଯଦି କମ ଟୀକା ଥିଲା ତାହେଲେ ଏତେ ଟୁକନ ଦିଆଗଲା କାହିଁକି l ପୁଣି ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଟୀକା କେଉଁଠୁ ଆସିଲା l ଇଏ ଡାକ୍ତରଖାନା କର୍ମଚାରୀ ଟୀକା କଳାବଜାରୀ ନୁଁହେତ l ଏହା ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରୁଛନ୍ତି ସାଧାରଣ ଲୋକେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close