
ମିଳିତ ଜନଶୁଣାଣୀ ଶିବିରରେ ଫେରୋକ୍ରୋମ ପ୍ଲାଣ୍ଟ ଓ. ମ୍. ସି ଲିଃ ଯାଜପୁରରୋଡ଼ର ୟୁନିଟହେଡ଼ଙ୍କୁ ଜିଲ୍ଲାପାଳଙ୍କ ତାଗିଦ
ବ୍ୟାସନଗର, ୧୪/୦୫(ଉ. ନ୍ୟୁଜ୍ ବ୍ୟୁରୋ): କ୍ରୋମନଗର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସୁରକ୍ଷା କମିଟିର ସଦସ୍ୟମାନେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ବିଦ୍ୟାଳୟ ଦୁଇଟିର ଦୁରବସ୍ଥା ବିଷୟରେ ଅବଗତ କରିଥିଲେ । ଜିଲ୍ଲାପାଳ ମହୋଦୟା ସମସ୍ୟାଟିର ସମଧାନ ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତା 11-03-2025 ରିଖରେ ଏକ ମିଟିଙ୍ଗ ଡକାଇଥିଲେ । ଉକ୍ତ ମିଟିଙ୍ଗରେ ଫେରୋକ୍ରୋମ କାରଖାନା ୟୁନିଟ ହେଡ଼ ରଶ୍ମିରଞ୍ଜନ ପରିଡା ସମସ୍ୟାଟି ସମାଧାନ କରିବା ପାଇଁ 15 ଦିନ ସମୟ ମାଗିଥିଲେ । ଦୁଇ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସେ କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ ସୁରକ୍ଷା କମିଟିର ସଦସ୍ୟମାନେ ବାଧ୍ୟ ହୋଇ ଦାନଗଦି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ପୁନର୍ବାର ସାକ୍ଷାତକରି ବିଦ୍ୟାଳୟର ସମସ୍ୟା ବିଷୟରେ ଅବଗତ କରିଥିଲେ । ଜିଲ୍ଲାପାଳ ମହୋଦୟା ଫେରୋକ୍ରୋମ ପ୍ଲାଣ୍ଟ ଓ. ମ୍. ସି ଲିଃ ଯାଜପୁରରୋଡ଼ର ୟୁନିଟ ହେଡ଼ ଶ୍ରୀ ପରିଡ଼ାଙ୍କୁ ଡକାଇ ବିଦ୍ୟାଳୟର ମରାମତି, ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ, ପୋଷାକ ଓ ଆନୁସାଙ୍ଗିକ ସମସ୍ତ ବ୍ୟବସ୍ଥା କରିବାକୁ ତାଗିଦ କରଥିଲେ । ଶ୍ରୀ ପରିଡା ଜିଲ୍ଲାପାଳ ମହୋଦୟାଙ୍କୁ 7 ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ଆରମ୍ଭ କାରବାକୁ କହିଛନ୍ତି ।