ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଯାଜପୁରରୋଡରେ ଟିକା ପାଇଁ ପ୍ରବଳ ଭିଡ଼
ବ୍ୟାସନଗର ; ୨୯/୦୬ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଯାଜପୁର ରୋଡରେ ଦ୍ୱିତୀୟ ଟୀକା ପାଇଁ ପ୍ରଚୁର ଭିଡ ଦେଖିବାକୁ ମିଳିଛି । ପ୍ରାୟ ପାଞ୍ଚ ସହ ପାଖା ପାଖି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ୭ଟା ୩୦ ମିନିଟ ସମୟରେ। ସାଢ଼େ ୭ଟା ପଯ୍ୟନ୍ତ ଟିକେଟ କାହାକୁ ଦିଆଯାଇନଥିଲା ଏ ନେଇ ଲୋକଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା। ଲୋକଙ୍କର କଥାବାର୍ତ୍ତାରୁ ଯାହା ଜଣାପଡିଥିଲା ୨୫୦ ଲୋକଙ୍କୁ ଦ୍ୱିତୀୟ ଟୀକା ଦିଆଯିବ ଆଉ ଅନ୍ୟ ମାନେ ଫେରି ଯାଇପାରନ୍ତି । କଣ ଏହାହିଁ ସ୍ୱାସ୍ଥ୍ୟ ବିଭାଗର ବ୍ୟବସ୍ଥା। ଲୋକଙ୍କ ପାଖରେ ଟିକାକୁ ନେଇ ସଠିକ ତଥ୍ୟ ପହଞ୍ଚି ପାରୁନଥିବା ଅଭିଯୋଗ କରିଛନ୍ତି ଜନସାଧାରଣ। କାହିଁ କେତେ ଦୂରରୁ ଟୀକା ନେବା ପାଇଁ ଆଶା ବାନ୍ଧି ଆସିଥାନ୍ତି ଲୋକେ କିନ୍ତୁ ଏଠାରୁ ଟୀକା ନ ନେଇ ଫେରିଯିବା କଥା ତାଙ୍କ ପାଇଁ କେତେ କଷ୍ଟ ସାଧ୍ୟ ତାହା ପରିଲକ୍ଷିତ। ଲୋକଙ୍କ ପାଖରେ ଟୀକାକୁ ନେଇ ଫୋନ ଜରିଆରେ ସଠିକ ତଥ୍ୟ ପହଞ୍ଚାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ଜନସାଧାରଣ।
Live Share Market