ଆଜି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଟାଟା ଷ୍ଟିଲ କଳିଙ୍ଗନଗରର ଷ୍ଟିଲ୍ ମେଲ୍ଟିଂ ସପରେ ଏକ  ଦୁର୍ଘଟଣା, ୯ ଜଣ ଆହତ

କଳିଙ୍ଗନଗର: ଆଜି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଟାଟା ଷ୍ଟିଲ କଳିଙ୍ଗନଗରର ଷ୍ଟିଲ୍ ମେଲ୍ଟିଂ ସପରେ ଏକ  ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଟାଟା ଷ୍ଟିଲର  ଅଭିଜ୍ଞ ଡାକ୍ତରୀ ଦଳ ଏବେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା କରୁଛନ୍ତି ଏବଂ ସମସ୍ତେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ବୋଲି ନିଶ୍ଚିତ କରିଛନ୍ତି । ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କର ଆଶୁ ଆରୋଗ୍ୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ପ୍ରୟାସ କରାଯାଉଛି । ଘଟଣା ସମ୍ପର୍କରେ ବିଭାଗୀୟ ସରକାରୀ ଅଧିକାରୀ ଓ ଆହତଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି । ଘଟଣାସ୍ଥଳକୁ ବ୍ୟାରିକେଡ୍ କରାଯାଇ ଆଭ୍ୟନ୍ତରୀଣ ତଦନ୍ତ ଜାରି ରହିଛି। ପରିସ୍ଥିତିର ମୁକାବିଲା ପାଇଁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ। ଦୟାକରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓକୁ ଆମ କାରଖାନାର ଘଟଣା ବୋଲି ବିଶ୍ୱାସ କରନ୍ତୁ ନାହିଁ । ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବରେ, ଆମର କର୍ମଚାରୀ ଏବଂ ଆମର ସମସ୍ତ ସହଯୋଗୀଙ୍କ ସୁରକ୍ଷା ଏବଂ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close