ଯାଜପୁର ଜିଲ୍ଲା ରେଡ଼କ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଯାଜପୁର, ୨୪/୩ : ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ । ତେଣୁ ରକ୍ତଦାନ ଶିବିର ଆୟୋଜନକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର ପରାମର୍ଶ ଦେଇଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ଶାଖାର ଅଧ୍ୟକ୍ଷ ଶ୍ରୀ ରାଠୋର ୫୦ରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ କରୁଥିବା ଶିବିର ଗୁଡି଼କର ଆୟୋଜକଙ୍କୁ ରକ୍ତଭଣ୍ଡାର ଅଧିକାରୀଙ୍କ ସୁପାରିଶରେ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଯୁବ ଓ ଜୁନିୟର ରେଡକ୍ରସ ଶିବିର ଆୟୋଜନ ପାଇଁ ମଧ୍ୟ ରେଡକ୍ରସ ସହାୟତା ପ୍ରଦାନ କରିବାକୁ ଶ୍ରୀ ରାଠୋର ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ରେଡ଼କ୍ରସ ପାଣ୍ଠି ବୃଦ୍ଧି ସହ ମହତ କାର୍ଯ୍ୟରେ ତାହାର ବିନିଯୋଗ କ୍ଷେତ୍ରରେ ଆନ୍ତରିକତା ଦେଖାଇବାକୁ ମତ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଧେଶକ ବିଶାଳ ସିଂ ଜିଲ୍ଲା ପରିଷଦ ବୈଠକରେ ରେଡ଼କ୍ରସର ସଦସ୍ୟତା, ପାଣ୍ଠି ବୃଦ୍ଧି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଏଜେଣ୍ଡା ରଖାଯିବ ବୋଲି ସୂଚନା ଦେଇଥିଲେ । ଜିଲ୍ଲା ରେଡ଼କ୍ରସ ଶାଖାର ସଂପାଦକ ତଥା ଡେପୁଟୀ କଲେକ୍ଟର କୁଳମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷର ଆୟ ବ୍ୟୟର ବିବରଣୀ ଓ ବିବିଧ କାର୍ଯ୍ୟକ୍ରମର ତଥ୍ୟ ଉପସ୍ଥାପନ କରିଥିଲେ । ବିସ୍ତୃତ ଆଲୋଚନା ପରେ ସ୍ଥିରହେଲା ଯେ ଜିଲ୍ଲା ରେଡ଼କ୍ରସର କାର୍ଯ୍ୟକ୍ରମ ତଦାରଖ ଆର୍ଥିକ ସ୍ଥିତିକୁ ନିୟମିତ ତଦାରଖ, ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିରର ଆୟୋଜନ ପାଇଁ ଏକ ଗାଡି଼ ଭଡ଼ା ସୂତ୍ରରେ ଅଣାଯିବ । ରେଡ଼କ୍ରସର ରାଜ୍ୟର ଅଂଶଧନ ବାବଦରେ ଜିଲ୍ଲାରୁ ଶତକଡ଼ା ୩୦ ଭାଗ ପ୍ରଦାନ କରାଯିବ । ୟୁଥ ଓ ଜୁନିୟର ରେଡ଼କ୍ରସର କାର୍ଯ୍ୟକୁ ଅଧିକ ପରିବ୍ୟାପ୍ତ ସହ ବିବିଧ ସାମାଜିକ ବାର୍ତା ସେମାନଙ୍କ ମାଧ୍ୟମରେ ପ୍ରସାର କରାଯିବ । ରେଡ଼କ୍ରସର କାର୍ଯ୍ୟାବଳୀ ସଂପର୍କରେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ହୋଡିଂ ମାଧ୍ୟମରେ ସୂଚୀତ କରାଯିବ । ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟରତ ଜନୈକ କର୍ମଚାରୀଙ୍କ ଦରମା ଦୈନିକ ମଜୁରୀ ହିସାବର ପ୍ରଦାନ କରାଯିବ । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ୍ ଅତିରିକ୍ତ ଏସ୍‌.ପି. କେ.ସି. ବାରିକ, ଏ.ଡି.ଏମ୍‌. ଓ ଡା. ଅନୁପ କୁମାର ନାଥଶର୍ମା, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସଦସ୍ୟ ଦିଗମ୍ବର କର, ମନ୍ମଥ ମହାରଣା, ଅରୁଣ ରାଉତରାୟ, ଯୁବ ରେଡ଼କ୍ରସ ଓ ଜୁନିୟର ରେଡ଼କ୍ରସର କର୍ମକର୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ୧.୪.୨୦୧୯ ରିଖ ଠାରୁ ୩୧.୩.୨୦୨୦ରିଖ ପର୍ଯ୍ୟନ୍ତ ୮୪,୩୩,୫୨୫ ଟଙ୍କା ରେଡ଼କ୍ରସ ପାଣ୍ଠି ହିସାବରେ ଆୟ ହୋଇଥିବା ବେଳେ ବିଭିନ୍ନ କାର୍ଯ୍ୟରେ ଏହି ସମୟରେ ବ୍ୟୟ ହୋଇଛି ୪୫,୨୮,୮୮୮ ଟଙ୍କା । ଏହି ଆୟ ବ୍ୟୟ କମିଟିରେ ଆଲୋଚିତ ହୋଇ ମଞ୍ଜୁରୀ ଲାଭ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ଗଙ୍ଗାଧର ଜେନା, ଅଜୟ କୁମାର ବେହେରା, ନିରଂଜନ ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close