ଆନନ୍ଦପୁରର ଭାଟସିରାରେ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା ବାଟବଣା

ଆନନ୍ଦପୁର, ୧୯/୮ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ଭାଟସିରା ଗ୍ରାମରେ ଦିନଦାୟଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଠିକାଦାରଙ୍କ ମାନମାନି କାମ ଯୋଗୁଁ ଯୋଜନା ବାଟବଣା ହୋଇଥିବାର ଅଭିଯୋଗ ଉଠିଛି। ଠିକାଦାର ମାଲେମାଲ ହେଉଥିବା ବେଳେ ହିତାଧିକାରୀମାନେ କିନ୍ତୁ ଯୋଜନାର ସୁଫଳ ପାଇନାହାନ୍ତି। ଗ୍ରାମର ପାଖାପାଖି ୩୦ ଜଣ ହିତାଧିକାରୀଙ୍କୁ ତାର ଖଣ୍ଡେ ଟାଣି ବାଡ଼ିରେ ପକାଇ ଛାଡିଦିଆଯାଇଥିବା ବେଳେ ସେଗୁଡ଼ିକରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ ।  ଅପର ପକ୍ଷରେ ଠିକାଦାର କାମ ଶେଷ ହେବାର ଫଳକ ମାରି ପ୍ରାୟ ଦେଢ଼ ମାସ ହେଲା ପଳାଇ ଯାଇଛନ୍ତି । ଏ ବାବଦରେ ନେସ୍କୋ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ପୁନଃଶ୍ଚ ଭାରତ ସରକାରଙ୍କ ଏହି ଯୋଜନା ଏଠାରେ ଠିକ ଭାବେ ହୋଇ ନ ଥିବା ବେଳେ କାହାରିକୁ ଏଲ .ଇ .ଡ଼ି ବଲ ଦିଆଯାଇନଥିବାର ଅଭିଯୋଗ ଆସିଛି ।  ଏ  ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close