ଅନୁମତି ନ ନେଇ ଆର.ଡି ରୋଡ଼ ନିର୍ମାଣ କରିବା ମହଙ୍ଗା ପଡ଼ିଲା; ଠିକାଦାରଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଯାଜପୁରରୋଡ଼ ରେଞ୍ଜର

ପାଣିକୋଇଲି,(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ନୀତିନିୟମକୁ ଫୁ’କରି ବେଫିକର ଭାବେ ଚାଲିଛି ନିର୍ମାଣ କାର୍ଯ୍ୟ । ବହୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ଅଧିକାଂଶ ଜାଗାରେ ସବୁ ଜାଣିଶୁଣି ଚୁପ୍ ରହୁଛନ୍ତି । ହେଲେ ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଠିକଣା ସମୟରେ ପଦକ୍ଷେପ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ରାସ୍ତା ନିର୍ମାଣ କରୁଥିଲେ ଆର.ଡି ବିଭାଗର ଠିକାଦାର । ତେବେ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଂଚି ଏହା ଦେଖି ଥାନାରେ ଅଭିଯୋଗ କଲା ପରେ ବନ୍ଦ ରହିଲା ନିର୍ମାଣ କାର୍ଯ୍ୟ । ପ୍ରକାଶଥାଉକି, ପାଣିକୋଇଲି ଅମୃତିଆ ସଡ଼କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ରାସ୍ତାର ଜବାହାର ନବୋଦ୍ୱୟ ବିଦ୍ୟାଳୟ ନିକଟରୁ ଏକ ରାସ୍ତା ବାହାରି ପଥରପଦା ପଂଚାୟତର କାଳିପାଟଣା ଓ ନୂଆଗାଁ ଦେଇ ବଡ଼ବରୁଣାଇପଦା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଏବେ ଚାଲୁଛି । ଏହା ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବ । ତେବେ ନିୟମାନୁସାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯେକୌଣସି ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଦେବା ପୂର୍ବରୁ ରାଜସ୍ୱ ବିଭାଗ ଓ ବନ ବିଭାଗ ଠାରୁ ଅନୁମତି ନେବା କଥା । ଏଥି ନିମନ୍ତେ ରାଜସ୍ୱ ବିଭାଗର ତହସିଲଦାର, ବନ ଅଧିକାରୀ ଓ ଗ୍ରାମ ଉନ୍ନୟନ ବିଭାଗର ପଦସ୍ଥ ଅଧିକାରୀ, ସ୍ଥାନୀୟ ସରପଂଚ ସମ୍ପୃକ୍ତ ଅଂଚଳର ପଲ୍ଲୀସଭା ମାଧ୍ୟମରେ ଜନ ଶୁଣାଣି କରିବା ପରେ ଆବଶ୍ୟକୀୟ ଅନୁମତି ପ୍ରଦାନ କରିବେ । ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତ ଅନୁମତି ନ ନେଇ କିପରି ରାସ୍ତା ନିର୍ମାଣ କାର୍ଯ୍ୟ କରାଉଥିଲା, ତାହା ଏବେ ସବୁଠି ଆଲୋଚନାର ବିଷୟ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ଏହି ରାସ୍ତା କାର୍ଯ୍ୟ ନିମନ୍ତେ ୦୩ କୋଟି ୫୫ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି । ଗତ ୨୦୨୩ ମସିହା ଡିସେମ୍ବର ମାସ ୬ ତାରିଖରୁ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ ୨୦୨୪ରେ ଉକ୍ତ କାର୍ଯ୍ୟ ସାରିବା ଲାଗି ବିଭାଗୀୟ ନିର୍ଦ୍ଦେଶ ରହିଛି । ତେବେ ଉଭୟ ବିଭାଗର ଅନୁମତି ନ ନେଇ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିବା ଲାଗି ସମ୍ପୃକ୍ତ ଠିକାଦାରଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଅନୁମତି ଦେଇଛି ଗ୍ରାମ୍ୟ ଉନ୍ନୟନ (ଆର.ଡି) ବିଭାଗ । ଯାହାକୁ ନେଇ ବିବାଦ ଉପୁଜୁଛି । ଉକ୍ତ ରାସ୍ତାଟି ରାଜସ୍ୱ ଓ ଜଙ୍ଗଲ ବିଭାଗର ଅଧିନରେ ଆସୁଥିବାରୁ ଘଟଣା ଜାଣିବା ପରେ ଯାଜପୁରରୋଡ଼ ବନ ବିଭାଗର ରେଞ୍ଜ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ଏଥିସହ ତାଙ୍କ ବିଭାଗରୁ ଅନୁମତି ନ ଆଣିବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ପରେ ସମ୍ପୃକ୍ତ ଠିକାଦାର ଉଭୟ ରାଜସ୍ୱ ଓ ଜଂଗଲ ବିଭାଗ ଠାରୁ ଅନୁମତି ପାଇବା ପରେ ଯାଇ ପୁନଶ୍ଚ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close